ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି ରାଜ୍ୟ , ୪୩ ଡିଗ୍ରୀ ଛୁଇଁଲା ରାଜଧାନୀରେ ତାପମାତ୍ରା

ଆଜି ବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତତଲା ଲଢେଇରେ ଭାଜି ହେଉଛି ସାରା ରାଜ୍ୟ । କାଲି ଭଳି ରବିବାର ମଧ୍ୟ ସମଗ୍ର ରାଜ୍ୟ ଅନୁଭୂତ ହୋଇଛି ଗ୍ରୀଷ୍ମ ପ୍ରବାହ। ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି। ୪୩.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଗତକାଲି ଭୁବନେଶ୍ୱର ତାପମାତ୍ରା ରେକର୍ଡ ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି।

weather

ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲେ ହେଁ ବାୟୁମଣ୍ଡଳରେ ପ୍ରବଳ ଆର୍ଦତା ରହିଛି। ତେଣୁ ଲୋକମାନେ ପ୍ରବଳ ଗରମ ଅନୁଭବ କରୁଛନ୍ତି। ଭୁବନେଶ୍ୱର ପଛକୁ କେନ୍ଦୁଝରରେ ପାରଦ ୪୨.୭°, ଚାନ୍ଦବାଲିରେ ୪୨.୨ °, ବାଲେଶ୍ୱରରେ ୪୧.୪°, ରାଉରକେଲାରେ ୪୦.୬°, ଝାରସୁଗୁଡ଼ାରେ ୩୯.୯°, ସମ୍ବଲପୁରରେ ୩୯.୪°, ହୀରାକୁଦରେ ୩୭.୮°, ପୁରୀରେ ୩୪.୯ °, ଗୋପାଳପୁରରେ ୩୪.୨° ଓ ପାରାଦୀପରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ତାତି ଓ ଗୁଳୁଗୁଳିରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ। ସାମୁଦ୍ରିକ ବାୟୁର ପ୍ରବାହ ଯୋଗୁ ୨ରୁ ୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ କମିପାରେ। ତେବେ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବନି। ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ଗୁଳୁଗୁଳି ଅଧିକ ରହିବ। ଏହାପରେ ତାତି ବଢ଼ିବ ବୋଲି ସେ ଆକଳନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+