ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ହେବ ନାମ ଲେଖାଇ, ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର
ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ। ଏ ନେଇ ରାଜ୍ୟ ସରକାର ସୋମବାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବା ପାଇଁ ରାଜ୍ୟ ସରକାର ନିକଟରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେଣୁ ୨୦୨୫-୨୬ ଶିକ୍ଷାବର୍ଷରେ ନାମ ଲେଖା ଲାଗି ସରକାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁ ପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ସେମାନଙ୍କ ଲାଗି ସର୍ବନିମ୍ନ ବୟସ ୬ବର୍ଷ କିମ୍ବା ତା'ଠାରୁ ଅଧିକ ହୋଇଥିବା ଆବଶ୍ୟକ। ୨୦୨୪ ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ ହୋଇଥିବା ଜରୁରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ପ୍ରାରମ୍ଭିକ ସ୍କୁଲ ଶିକ୍ଷା ପାଇଁ ପ୍ରତି ବିଦ୍ୟାଳୟରେ ଶିଶୁ ବାଟିକା ଖୋଲାଯିବ। ଶିଶୁ ବାଟିକା ପାଇଁ ପିଲାଙ୍କ ବୟସ ୫ରୁ ୬ ବର୍ଷ ମଧ୍ୟରେ ହେବା ଆବଶ୍ୟକ।












Click it and Unblock the Notifications