ମିଶନ ଶକ୍ତି ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର, ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଜାରି ହେଲା ଚିଠି
ମିଶନ ଶକ୍ତି ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଜାରି ହୋଇଥିବା ଏହି ଚିଠି ଉପରେ ନଜର ପକାନ୍ତୁ । ମିଶନ ଶକ୍ତି ଅଧିନରେ ଥିବା ସମସ୍ତ ପ୍ରଶାସନିକ ସଂଗଠନ, କାର୍ଯ୍ୟକାରୀ କମିଟି ଓ ସବ-କମିଟିର ପର୍ଯ୍ୟାୟକ୍ରମେ ହେବ ପୁନର୍ଗଠନ।

ଜିଲ୍ଲାସ୍ତରରେ ଥିବା ଡିଏଲଏଫର ପୁନର୍ଗଠନ କରିବାକୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ମିଶନ ଶକ୍ତି ବିଭାଗର କମିଶନର କମ ସିକ୍ରେଟାରୀ ଶାଳିନୀ ପଣ୍ଡିତ। ଖାଲି ସେତିକି ନୁହେଁ, ପ୍ରତ୍ୟେକ ପ୍ରଶାସନିକ କମିଟିର କାର୍ଯ୍ୟକାଳ ୩ ବର୍ଷ ରହିବ । ପ୍ରତି ତିନି ବର୍ଷରେ ଥରେ ନେତୃତ୍ୱ ପରିବର୍ତ୍ତନ କରାଯାଇପାରିବ । ପ୍ରଶାସନ ସହ ସଂଯୋଗ କରିବା ଲକ୍ଷ୍ୟ ନେଇ ମିଶନ ଶକ୍ତିରେ ସାଂଗଠନିକ ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱ ଦେଇଛି ବିଭାଗ । ହେଲେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତରବରିଆ କହି ଆପତ୍ତି ଉଠାଇଛନ୍ତି ବିରୋଧୀ। ଜବାବ ଦେଇ ବିଜେପି କହିଛି ସମସ୍ତଙ୍କୁ ସୁଯୋଗ ମିଳିବା ଦରକାର।
ସରକାରଙ୍କ ଗାଇଡଲାଇନ୍ ଆସିବା ପରେ ବ୍ୟାନର ପୋଷ୍ଟର ଓ ପତାକା ଧରି ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ମିଶନ ଶକ୍ତି ମହିଳା। ଡବଲ ୱିଣ୍ଡୋ ବାରିପଦା - କୋରାପୁଟ। ମିଶନ ଶକ୍ତି ପୁର୍ନଗଠନ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ମୟୂରଭଞ୍ଜ ମିଶନ ଶକ୍ତି ଏକଜିକ୍ୟୁଟିଭ କମିଟିର ଶହ ଶହ ସଦସ୍ୟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶି ବିକ୍ଷୋଭ କରିଛନ୍ତି । ସେପଟେ କୋରାପୁଟରେ ହଜାର ହଜାର ମହିଳା ବିଶାଳ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ କରିବା ସହ ପ୍ରତିବାଦ ସଭା କରିଛନ୍ତି। ମିଶନ ଶକ୍ତି ସଂଗଠନର ପୁନର୍ଗଠନ ପାଇଁ ଗାଇଡଲାଇନ୍ ଆସିବା ପରେ ଏବେ ବିଭିନ୍ନ ସ୍ଥାନରେ ବିରୋଧ ଆରମ୍ଭ ହୋଇଛି ।












Click it and Unblock the Notifications