ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଟ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢିଲା ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ। ନୂଆ ବର୍ଷ ଆରମ୍ଭରୁ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି ଓଡ଼ିଶା ସରକାର । ନର୍ସିଂ, ଫାର୍ମାସି, ଏଏନଏମ୍ ସହ ଅନ୍ୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି । ଏଣିକି ଏଏନଏମ୍ ଛାତ୍ରଛାତ୍ରୀଙ୍କୁ ମାସିକ ୨ ହଜାର ଟଙ୍କା ମିଳିବ, ସେହିପରି ବିଏସସି (ଏନ୍) ଇଣ୍ଟର୍ନସିପ୍ ପିଲାଙ୍କୁ ମିଳିବ ୫୦୦୦ ଟଙ୍କା, କ୍ଲିନିକାଲ ସାଇକୋଲୋଜି (ଏମ୍.ଫିଲ୍)ଙ୍କୁ ୧୦ହଜାର ଟଙ୍କା ଏବଂ ସାଇକାଟ୍ରିକ୍ ସୋସିଆଲ ୱାର୍କ (ଏମ୍.ଫିଲ୍)ଙ୍କୁ ମଧ୍ୟ ୧୦ହଜାର ଟଙ୍କା ମିଳିବ ।

naveen patnaik

ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି। ଡି.ଫାର୍ମା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୨୫୦ରୁ ୫୦୦ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଏଏନଏମଙ୍କ ଷ୍ଟାଇପେଣ୍ଡ ୧ ହଜାରରୁ ୨ହଜାର, ବିଏସସି ନର୍ସିଂ(ଇଣ୍ଟର୍ନସିପ) ଷ୍ଟାଇପେଣ୍ଡ ୨୫୦୦ରୁ ୫ହଜାର, ଏମ.ଫିଲ୍ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୭ହଜାରରୁ ୧୦ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ଓଡିଶା ସରକାର ସ୍ୱାସ୍ଥ୍ୟ ଓ ଏଫଡବ୍ଲୁ ବିଭାଗରେ ବିଭିନ୍ନ ଡିଗ୍ରୀ ଏବଂ ଡିପ୍ଲୋମା ପାଠ୍ୟକ୍ରମ ଯେପରିକି ବି.ଏସ୍ ନର୍ସିଂ, ସହାୟକ ନର୍ସିଂ ଆଣ୍ଡ ମିଡୱିଫେରୀ (ଏଏନଏମ), ଫାର୍ମାସିରେ ଡିପ୍ଲୋମା, କ୍ଲିନିକାଲ୍ ସାଇକୋଲୋଜିରେ ଏମ୍ ଫିଲ୍ ଏବଂ ସରକାରୀ ଅନୁଷ୍ଠାନରେ ସାଇକ୍ରେଟ୍ରିକ୍ ସାମାଜିକ କାର୍ଯ୍ୟରେ ଏମ୍.ଫିଲ୍ ପାଠ୍ୟକ୍ରମ ଯୋଗାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+