କୋଟିଆ ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର
କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ ହୋଇଛି ।

ଏହି କମିଟିରେ ଅତିରିକ୍ତ ମୁଖ୍ୟ ଶାସନସଚିବ ରାଜସ୍ବ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନସଚିବ ଗୃହ ବିଭାଗ, ପ୍ରମୁଖ ଶାସନସଚିବ ଅନୁସୂଚିତ ଜାତି ଓ ଜନଜାତି, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଶ୍ରମ ଓ କର୍ମ ନିଯୁକ୍ତି ବିଭାଗ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ସଚିବ, ଆଇନ ବିଭାଗ ସଚିବ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସଚିବ, ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର,ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସହ କୋରାପୁଟ ଜିଲ୍ଲାପାଳ ଓ ଏସପି ରହିଛନ୍ତି।
ଆଗାମୀ ଦିନରେ କୋଟିଆରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଗମନାଗମନର ସ୍ଥିତି ଅନୁଧ୍ୟାନ କରିବ ଏହି କମିଟି। ବିଶେଷ କରି କୋଟିଆରେ ଓଡ଼ିଆ ଅସ୍ମିତାକୁ ନେଇ କାର୍ଯ୍ୟ କରିବ କମିଟି।












Click it and Unblock the Notifications