ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ରାଜ୍ୟ ସରକାର ଜଣାଇଛନ୍ତି ଧନ୍ୟବାଦ

ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର ଲାଗିଛି । ୬ ଲେନ୍‌ ବିଶିଷ୍ଟ ରିଙ୍ଗ ରୋଡ୍‌ ପାଇଁ ମଞ୍ଜୁରୀ ମିଳିଛି । କଟକ-ଭୁବନେଶ୍ବର ମଧ୍ୟରେ ଭିଡ଼ କମାଇବାକୁ ରିଙ୍ଗ୍‌ ରୋଡ୍‌ ତିଆରି କରାଯିବ । କୋଲକାତା-ଚେନ୍ନାଇ NH-୧୬ ମଧ୍ୟରେ କଟକ, ଭୁବନେଶ୍ବର ଆସୁଛି । ତେଣୁ ଏକ ବାଇପାସ୍‌ ରିଙ୍ଗ ରୋଡ୍‌ ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି ।

୧୧୦ କିମି ଦୀର୍ଘ ଭୁବନେଶ୍ବର ବାଇପାସ୍‌ ପାଇଁ କ୍ୟାବିନେଟ୍‌ ମୋହର ବାଜିଥିବା ବେଳେ ୮ ହଜାର ୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ରିଙ୍ଗ ରୋଡ୍‌ । ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଂଜୁର କରିଛି । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦ୍ବୟ ଯୋଜନାର ଅଂଶ କହିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

pm modi

କେନ୍ଦ୍ରର ଏହି ପ୍ରକଳ୍ପକୁ ମଂଜୁରୀ ପାଇଁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ କ୍ୟାବିନେଟ୍‌ରେ ବାଣିଜ୍ୟ ପରିବହନ, ଇସ୍ପାତ ଏବଂ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ବାରା ମଞ୍ଜୁରୀ ମିଳିଥିବା ଏହି ବାଇପାସ୍‌ ରାସ୍ତା ୬ ଥକିଆ ହେବ, ଯେଉଁଥିରେ ୮,୩୦୭ କୋଟି ଟଙ୍କା ଖର୍ଚ୍ଚ ହେବ। କଟକ, ଭୁବନେଶ୍ବର ଓ ଖୋର୍ଦ୍ଧ ଅଞ୍ଚଳ ମାଲଗାଡ଼ି ଚଳାଚଳକୁ ଏହି ବାଇପାସ୍‌ ରାସ୍ତା ଟ୍ରାଫିକ୍‌ ପରିଚାଳନାକୁ ସୁବିଧା କରିପାରିବ। ଏତଦ୍‌ ବ୍ୟତୀତ ରାଜ୍ୟ ତଥା ଏହି ଅଞ୍ଚଳର ସାମାଜିକ-ଆର୍ଥିକ ଅଭିବୃଦ୍ଧିରେ ଏହି ରାସ୍ତା ବଡ଼ ସହଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+