ରାଜ୍ୟ ସରକାର ଠିକ୍‌ ଭାବେ ବିଜୁ ଜୟନ୍ତୀ ପାଳନ କରିଛନ୍ତି ; ଅମର ଶତପଥୀ

ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ଏକ ବୟାନ ଏବେ ରାଜନୈତକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅମର କହିଛନ୍ତି, ପଞ୍ଚାୟତିରାଜ ଦିବସ ପାଳନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଏଥିରେ କୌଣସି ତ୍ରୁଟି ନାହିଁ କି ବିଚ୍ୟୁତି ନାହିଁ। ରାଜ୍ୟ ସରକାର ଠିକ୍‌ ଭାବେ ବିଜୁ ଜୟନ୍ତୀ ପାଳନ କରିଛନ୍ତି। ବିଜୁ ବାବୁଙ୍କୁ ସମ୍ମାନ ଦେଇଛନ୍ତି, ଅଧୁରା ସ୍ବପ୍ନ ପୂରଣ ପାଇଁ କହିଛନ୍ତି। ବିଜୁ ଲିଗାସୀକୁ କେହି ଚାହିଁଲେ କାଟି ଦେଇପାରିବେନି। ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ବି ଯଥାର୍ଥ, ବିଲକ୍ଷଣ ନାହିଁ ବୋଲି ଅମର କହିଛନ୍ତି। ଅମରଙ୍କ କଥାକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇଉଠିଛି।

amar shatapathy

ସୂଚନାଯୋଗ୍ୟ, ମାର୍ଚ୍ଚ ୫ ଅର୍ଥାତ୍‌ (ବୁଧବାର) ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ ନା ପ୍ରତ୍ୟାଖ୍ୟାନ କରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା। ତେବେ ସତକୁ ସତ ନବୀନ ସରକାର ଆୟୋଜନ କରିଥିବା ବିଜୁବାବୁଙ୍କ ଜନ୍ମ ଉତ୍ସବରେ ଯୋଗ ଦେଇ ନ ଥିଲେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ ଯୋଗ ଦେଇଥିଲେ। ତେବେ ନବୀନ ବସିବା ପାଇଁ ରଖାଯାଇଥିବା ଚୌକିକୁ କାଢ଼ି ନିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+