ସୂର୍ଯ୍ୟ ପରାଗ ପାଇଁ ଅକ୍ଟୋବର 25 ସରକାରୀ ଛୁଟି ଘୋଷଣା
ଆସନ୍ତା 25ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।
ଭୁବନେଶ୍ୱର: ଆସନ୍ତା 25 ତାରିଖରେ ପଡୁଛି ସୂର୍ଯ୍ୟ ପରାଗ । ଏନେଇ ସାରା ରାଜ୍ୟରେ ସରକାରୀ ଛୁଟି ନେଇ ଘୋଷଣା କରିଛନ୍ତି ସରକାର । ସେହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ରାଜସ୍ୱ ବିଭାଗୀୟ କୋର୍ଟ, ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ। ଏନେଇ ଟ୍ବିଟ କରି ସୂଚନା ଦେଇଛି ସୂଚନା ଏବଂ ଲୋକ ସଂପର୍କ ବିଭାଗ ।

ଆଜି ମଧ୍ୟ ମାସର ଚତୁର୍ଥ ଶନିବାର ନେଇ ସାରା ରାଜ୍ୟରେ ରହିଛି ସରକାରୀ ଛୁଟି। ଆସନ୍ତାକାଲି ରହିବାର ଛୁଟି ଏବଂ ସୋମବାର ଆଲୋକର ପର୍ବ ଦୀପାବଳୀ ନେଇ ରହିଛି ଛୁଟି । ସୋମବାର ଏବଂ ମଙ୍ଗଳବାର ସରକାରୀ ଛୁଟି ରହିଛି । ମଙ୍ଗଳବାର ସୂର୍ଯ୍ୟ ପରାଗ ପାଇଁ ଛୁଟି ଘୋଷଣା କରାଯାଇଛି । ଏଭଳିଭାବେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଲଗାତାର 4 ଦିନ ଛୁଟି ପାଇଛନ୍ତି । ଏହି ଛୁଟି ନେଇ ଖୁସ ରହିଛନ୍ତି କର୍ମଚାରୀମାନେ ।
ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।
ଉକ୍ତ ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କିଙ୍ଗ୍ ଅନୁଷ୍ଠାନ ବନ୍ଦ ରହିବ। #SolarEclipse2022 #OdishaCares pic.twitter.com/xgaxTWftul
— I & PR Department, Odisha (@IPR_Odisha) October 22, 2022












Click it and Unblock the Notifications