ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ବଡ ଉପହାର ଦେଲେ ରାଜ୍ୟ ସରକାର, ଏକ କୋଟିକୁ ବୃଦ୍ଧି କଲେ ଅନୁଦାନ ରାଶି
ବରଗଡ଼ ବିଶ୍ୱ ପ୍ରସିଦ୍ଧ 'ଧନୁଯାତ୍ରା' ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର ୧ କୋଟିକୁ ବୃଦ୍ଧି କରିଛନ୍ତି। ଏହାଛଡ଼ା ପ୍ରମୁଖ ୧୭୦ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏ ସମ୍ମାନ ରାଶି ପ୍ରଦାନ କରାଯିବ।

ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏ ସମ୍ପର୍କିତ ସମସ୍ତ୍ୟ ତଥ୍ୟ ଲାଗି ସ୍ବତନ୍ତ୍ର ଓ୍ବେବ୍ସାଇଟ୍ ହେବ। ରାଜ୍ୟବ୍ୟାପି ଏଲ୍ଇଡି ପରଦାରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।












Click it and Unblock the Notifications