ଜାତୀୟ ଶିକ୍ଷାନୀତି ପାଇଁ ରାଜ୍ୟ ସରକାର ଗଠନ କଲେ ଷ୍ଟିଅରିଙ୍ଗ କମିଟି
ଜାତୀୟ ଶିକ୍ଷାନୀତି ପାଇଁ ଗଠନ ହେଲା ଷ୍ଟିଅରିଙ୍ଗ କମିଟି। ଏନଇପି (ନ୍ୟାସନାଲ ଏଜୁକେସନାଲ ପଲିସି) କାର୍ୟ୍ୟକାରୀ କରିବାକୁ ଏହି କମିଟି ଗଠନ କଲେ ସରକାର। ୧୬ ଜଣ ସଦସ୍ୟଙ୍କୁ ନେଇ ଗଠିତ ଷ୍ଟିଅରିଙ୍ଗ କମିଟି କରିଛନ୍ତି ରାଜ୍ୟ ସରକାର । ଏବଂ ଏହାର ଅଧ୍ୟକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି। ଗଠିତ କମିଟିରେ ଥିବା ୧୬ ଜଣ ସଦସ୍ୟ ପାଠ ଖସଡା ପ୍ରସ୍ତୁତ କରିବେ।

ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦। ଏହା ହେବ ଶିକ୍ଷା ଦିଗରେ ଐତିହାସିକ ପଦକ୍ଷେପ। ଏଡାଦ୍ବାରା ଶିକ୍ଷା ବ୍ୟବସ୍ଥାରେ ସରଳୀକାରଣ ହେବ । ପ୍ରାଥମିକ ସ୍ତରରେ ପିଲାଙ୍କ ଶିକ୍ଷାର ଭିତ୍ତି ଠିକ ରହିବା ନେଇ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର । ଏଥିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯିବ। ବିଶେଷ କରି ଓଡ଼ିଆ ଭାଷା କଳା ଓ ସଂକୃତିକୁ ବି ଏଥିରେ ପ୍ରଚାର ପ୍ରସାର କରାଯିବ ।
ଘଋଚ ଲାଗୁ ହେଲେ ପାଠଖସଡା ସରଳ ଓ ବୋଧଗମ୍ୟ ହେବ । ଜିରୋ ଡ୍ରପ ଆଉଟ ହେବା ଗୁଣାତ୍ମକ ଶିକ୍ଷା ମିଳି ପାରିବ । ସେଥିପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ବି ଲାଗୁ ହୋଇଛି । ଏଥିରେ ୧୫୬ କୋଟି ବ୍ୟୟ ବରାଦ ହୋଇଛି । ନବମ ଓ ଏକାଦଶ ଶ୍ରେଣୀରେ ପିଲାମାନେ ନାମ ଲେଖାଇଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ।












Click it and Unblock the Notifications