Get Updates
Get notified of breaking news, exclusive insights, and must-see stories!

ବିରୋଧୀଙ୍କୁ କଡା ଚେତାବନୀ ଦେଲେ ବାଚସ୍ପତି, କହିଲେ ବିରୋଧୀଙ୍କ ବିଶୃଙ୍ଖଳା ବରଦାସ୍ତ କରାଯିବନି

ଚଳିତ ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ବିରୋଧୀଙ୍କୁ ଚେତାବନୀ ଦେଲେ ବାଚସ୍ପତି ସୁରମା ପାଢ଼ୀ । ଅଧିବେଶନରେ ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ ।

suram padhy

ଆସନ୍ତା ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଅଭିଭାଷଣ ସମ୍ପର୍କିତ ଆଲୋଚନା ରହିବ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି । ମୋଟ୍ ୨୮ ଦିନର କାର୍ଯ୍ୟଦିବସ ରହିବ । ୨୮ ଦିନ ଭିତରେ ୩ ଦିନ ସରକାରୀ ଓ ୩ ଦିନ ବେସରକାରୀ କାର୍ଯ୍ୟଦିବସ ରହିବ ।

୧୭ ତାରିଖରେ ଆଗତ ହେବ ବଜେଟ୍ । ବଜେଟ୍ ଉପରେ ବିସ୍ତୃତ ଆଲୋଚନା ହେବ । ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ରହିଛି । ୨୨ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାୟୀ କମିଟି ଦ୍ୱାରା ବଜେଟ୍ ଉପରେ ନିରୀକ୍ଷକ ପାଇଁ ନିର୍ଦ୍ଧାରଣ କରାଯାଇଛି । ୭ ମାର୍ଚ୍ଚରେ ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନା ହେବ । ୧୦ ମାର୍ଚ୍ଚରୁ ଖର୍ଚ୍ଚ ଦାବି ସମ୍ପର୍କିତ ଆଲୋଚନା ହେବ । ୨୯ ତାରିଖରେ ବିନିଯୋଗ ବିଲ୍ ଉପସ୍ଥାପନ ହେବ, ବଜେଟ୍ ପାରିତ ହେବ ।

ସରକାରୀ ଦଳ ବଜେଟ୍ ଉପସ୍ଥାପନା କରିବେ । ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଥିବ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ । ବିରୋଧୀ ମାନେ ବିରୋଧାଭାସ କଲେ, ବିଶୃଙ୍ଖଳା କଲେ ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ବିରୋଧୀ ଦଳ ବିରୋଧୀ ଭୂମିକା ନିଭାନ୍ତୁ । ଗଠନମୂଳକ ପରାମର୍ଶ ଦିଅନ୍ତୁ । ସମୟ ଅଛି ସର୍ବଦଳୀୟ ବୈଠକ ଡକାଯିବ । ଏ ନେଇ ତାରିଖ ସ୍ଥିର ହୋଇନି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+