ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି
ମାତ୍ର ୨୨ ମିନିଟ ଚାଲିଲା । SCB ନିଆଁକୁ ନେଇ ପଲିଟିକାଲ୍ ମୈଦାନରେ ଥମୁନି ଘମାସାନ । ଜାରି ରହିଛି ସରକାର ବିରୋଧୀ ବୟାନବାଜି । SCB ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ଲାକାର୍ଡ ଧରି ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ । ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ଗତ ୪ ଦିନ ଧିରି ଗୃହରେ ଅଚଳାବସ୍ଥା । ଗୃହ ଆରମ୍ଭରୁ ବିରୋଧିଙ୍କ ହଟଗୋଳ । ଏସିସିବି ମେଡ଼ିକାଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ। ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟ ଭାଗରେ ପୋଷ୍ଟର ଧରି ପ୍ରତିବାଦ ।
ଅନ୍ୟପଟେ ହୋ ହାଲ୍ଲା ଭିତରେ ଗୃହରେ ଉତ୍ତର ରଖୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବାଚସ୍ପତିଙ୍କ ପୋଡିୟମକୁ ଚଢ଼ିବାକୁ ବିଜେଡି ବିଧାୟକଙ୍କ ଉଦ୍ୟମ । ବିଜେଡି କହିଛି, ଆମ ସରକାରବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ । ତେଣୁ ବର୍ତ୍ତମାନର ସ୍ବାସ୍ଥ୍ୟମନ୍ତ୍ରୀ ନୀତି ଓ ନୈତିକତା ଦୃଷ୍ଟିରୁ ପଦ ଛାଡ଼ନ୍ତୁ ଏବଂ ମେଡ଼ିକାଲ୍ ଅଧ୍ୟକ୍ଷ ବି ଗିରଫ ହୁଅନ୍ତୁ। ନଚେତ ଗୃହରେ ପ୍ରତିବାଦ ଜାରି ରହିବ।
-
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା -
ଅଫିସରଙ୍କ ଆର୍ଥିକ କ୍ଷମତା ବଢାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, କ୍ୟାବିନେଟ୍ ଅନୁମୋଦନକୁ ଆଉ ଅପେକ୍ଷା କରିବାକୁ ହେବ ନାହିଁ -
ଆଜି ପଖାଳ ଦିବସ, ଓଡ଼ିଆଙ୍କ ଜୀବନ ଧନ -
ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୫ଦିନ ଝଡ଼ବର୍ଷା, ସତର୍କ ସୂଚନା ଜାରି -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ -
ବିଧାନସଭାରେ ବିରୋଧୀଙ୍କ ନାଟକବାଜି, ବର୍ଷିଲେ ମୁଖ୍ୟମନ୍ତ୍ରୀ -
ବଢୁଛି ଯୁଦ୍ଧ, ଇରାନର ତୈଳ ଟାଙ୍କି ଉପରେ ଆମେରିକାର ଆକ୍ରମଣ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ଚାଲିପାରୁନି ବିଧାନସଭା, ଦିନ ୧ଟା ଯାଏଁ ଗୃହ ମୁଲତବି -
ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ମେଡିକାଲରେ ରୋଗୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ହୋହଲ୍ଲା -
ନୂଆ ରୂପ ପାଇବ କଟକ ମହାନଦୀ ରିଭର ଫ୍ରଣ୍ଟ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ












Click it and Unblock the Notifications