ଆସନ୍ତାକାଲି ୧୦ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ଦ୍ବିତୀୟ ଦିନ ମଧ୍ୟ ଚର୍ଚ୍ଚାରେ ରହିଛି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଗୃହ ଆଜି ଦ୍ବିତୀୟ ଥର ପାଇଁ ମୁଲତବି ରଖାଯାଇଛି। କୌଣସି ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା ଆରମ୍ଭ କରିଦେଉଛନ୍ତି। ବିଧାୟକମାନଙ୍କୁ ବାଚସ୍ପତି ଅନୁରୋଧ କଲେ ମଧ୍ୟ ସେମାନେ ମାନୁ ନାହାନ୍ତି। ଗୃହ ସ୍ବାଭାବିକ ନହେବା ଯାଏ ଆଲୋଚନା ହୋଇପାରିବ ନାହିଁ। ଶେଷରେ ବାଚସ୍ପତି ସୁରମା ପାଢ଼ୀ ଆସନ୍ତାକାଲି ୧୦ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି।

Speaker
ଗତକାଲି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ଆଜି ପୂର୍ବାହ୍‌ଣରେ ମାତ୍ର ୪ ମିନିଟ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିଲା। ସାର ପ୍ରସଙ୍ଗରେ ବିଜେଡି ନେତାମାନେ ହୋହାଲ୍ଲା କରିବାରୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅପରାହ୍‌ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ। ଅପରାହ୍‌ଣ ୪ଟାରେ ଗୃହ ଯେତେବେଳେ ଆରମ୍ଭ ହେଲା ମାତ୍ର ୫ମିନିଟ ପରେ ପୁଣି ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା କରିଥିଲେ। ଫଳରେ ଗୃହକୁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।
ଗୃହରେ ଆଜି ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା କଂଗ୍ରେସ ବିଧାୟକଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆଣିଛନ୍ତି। ଅନ୍ୟପଟରେ ଗୃହ ସ୍ୱାଭାବିକ ନ ହେବା ଯାଏ ଅନାସ୍ଥା ପ୍ରସ୍ତାବ ନେଇ ବିଚାର କରି ପାରିହେବ ନାହିଁ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି। ଏଥିସହ ବାଚସ୍ପତି କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ, ବିଧାୟକ ତାରା ବାହିନୀପତି, ଇଂଜିନିୟର ସୋଫିଆ ଫିରଦୋସ ଅନାସ୍ଥା ପୂର୍ବରୁ ଗଣମାଧ୍ୟମରେ କହିଥିବାରୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ସ୍ବାଧୀକାର ଭାଙ୍ଗ ଆଣିଛନ୍ତି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+