ରାଜ୍ୟର ଷଷ୍ଠ ଅର୍ଥ ଆୟୋଗ ଗଠିତ, ଜାଣନ୍ତୁ କଣ ରହିବ ଏହାର କାର୍ଯ୍ୟ
ରାଜ୍ୟ ସରକାର ମଙ୍ଗଳବାର ଦିନ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି। ଯାହାର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି । ଆୟୋଗର କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବାର ତାରିଖଠାରୁ ଆରମ୍ଭ ହୋଇ ଛଅ ମାସ ଯାଏ ରହିବ ।
ପାଞ୍ଚ ସଦସ୍ୟ ବିଶିଷ୍ଟ ଏହି ଆୟୋଗରେ, ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ ସହ ଏକ୍ସଆଇଏମବି ପ୍ରଫେସର ଅସିତ୍ ରଞ୍ଜନ ମହାନ୍ତି, ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ପ୍ରଫେସର ଅମରେଶ ସାମନ୍ତରାୟ, ଟିଆଇଏସଏସର ଡଃ ବିଭୂପ୍ରସାଦ ନାୟକ, ଏବଂ ଅର୍ଥ ବିଭାଗର ଅତିରିକ୍ତ ସଚିବ ଡଃ ସତ୍ୟପ୍ରିୟ ରଥ ସଦସ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

କାର୍ଯ୍ୟ ଏବଂ ଦାୟିତ୍ୱ
ସହରାଂଚଳ ସ୍ୱାୟତ୍ତ ସଂସ୍ଥା, ରାଜ୍ୟ ଓ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ, ଏବଂ ଟିକସ୍, ଟୋଲ୍ ଓ ଫିର ନିର୍ଦ୍ଧାରଣ ସମ୍ପର୍କରେ ଆୟୋଗ ସରକାରଙ୍କୁ ସୁପାରିଶ କରିବ । ଏହାସହିତ, ଆୟୋଗ ୨୦୨୬ ଏପ୍ରିଲ ପହିଲାରୁ ପାଞ୍ଚ ବର୍ଷ ପାଇଁ ରାଜ୍ୟର ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଜଣାଇବ ।
ତୃତୀୟ, ରାଜ୍ୟ କନସୋଲିଡେଟେଡ୍ ପାଣ୍ଠିରୁ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥାକୁ କେତେ ଅନୁଦାନ ଆବଶ୍ୟକ ତାହା ଆଧାରରେ ସୁପାରିଶ କରିବେ। ପାଖାପାଖି ଭାବେ ଆୟୋଗର ସମସ୍ତ ସୁପାରିଶ ଏବଂ ସମୀକ୍ଷା ଆଧାରରେ ସରକାର କାର୍ଯ୍ୟକାରୀ ନୀତିଗୁଡ଼ିକ ନିର୍ଦ୍ଧାରଣ କରିବ।












Click it and Unblock the Notifications