ସ୍ଥିତି ନିୟନ୍ତ୍ରଣରେ ଅଛି, ଖୁବ୍ ଶୀଘ୍ର ବିଦ୍ୟୁତସେବା ସ୍ୱାଭାବିକ ହେବ: ସୂର୍ଯ୍ୟବଂଶୀ ସୁରଜ
Cyclone Dana Update: ଶେଷ ହେଲା ବାତ୍ୟା 'ଦାନା'ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଧାମରା ବନ୍ଦରଠାରେ ଅଧିକାରୀମାନଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ଉପରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବନ୍ଦର ପରିସର ମଧ୍ୟରେ ହୋଇଥିବା ସାମୟିକ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଭେଟି ସ୍ଥିତି ପଚାରି ବୁଝିଥିଲେ ମନ୍ତ୍ରୀ ।

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, "ପବନର ବେଗ ମନ୍ଥର ହୋଇଯାଇଛି ହେଲେ ବର୍ଷା ଜାରି ରହିଛି ଏବଂ ବର୍ଷା ବନ୍ଦ ହେବା ପରେ ପୁଣି ବିଦ୍ୟୁତ୍ ସେବା ସ୍ୱାଭାବିକ ହେବ। ଆମର ପର୍ଯ୍ୟାପ୍ତ ପୋଲ ଅଛି ଏବଂ ଏଥିପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଅଛି।
#WATCH | #CycloneDana | Odisha Minister Suryabanshi Suraj says, "Wind speed has slowed down. Rain is continuing and we will restore the electricity once the rain stops... We have adequate poles and all the necessary arrangements for that. We thought that we would have to evacuate… pic.twitter.com/01YjuPMxOd
— ANI (@ANI) October 25, 2024
ଭଦ୍ରକରେ ପ୍ରାୟ 40,000 ଲୋକଙ୍କୁ ସ୍ଥାନାନ୍ତର କରିବାର ଟାର୍ଗେଟ୍ ଥଲା କିନ୍ତୁ ଗତକାଲି ରାତିରେ ଏହି ସଂଖ୍ୟା 1 ଲକ୍ଷ ଅତିକ୍ରମ କରିଛି ଏବଂ ଯୋଗାଯୋଗ ଲାଇନର ଅବସ୍ଥା ମଧ୍ୟ ଠିକ । ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀରେ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ବର୍ତ୍ତମାନ ସମସ୍ତ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାର ଉପରେ ସମ୍ପୁର୍ଣ୍ଣ ନଜର ରଖିଛନ୍ତି।












Click it and Unblock the Notifications