ଏହି ଦିନ ରତ୍ନଭଣ୍ଡାରରୁ କଢ଼ାଯିବ ସିନ୍ଦୁକ
ପୁରୀ: ରତ୍ନ ଭଣ୍ଡାରରୁ ବାହାରିବ ସିନ୍ଦୁକ । ଆସନ୍ତା ୨୩ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିର ପରିସର ନୀଳାଦ୍ରିବିହାର ମ୍ୟୁଜିୟମ ନିକଟ ଘରେ ରଖାଯିବ ।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗ ଦର୍ଶିକା (SOP) ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ହେବ। ଖାଲି ଆଲମିରା ଓ ସିନ୍ଦୁକ ଗୁଡିକୁ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ରେ ସୁରକ୍ଷିତ ରଖାଯିବ। ତେଣୁ ସେହି ଦିନ ଯେମିତି ଶ୍ରୀଜୀଉଙ୍କ ନୀତିକାନ୍ତିରେ ବ୍ୟାଘାତ ନଘଟିବ, ସେଥିପାଇଁ ଆବଶ୍ୟକ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।
ନୀତି ନିର୍ଘଣ୍ଟ ଅନୁସାରେ ୨୩ ତାରିଖ ଅର୍ଥାତ ଶୁକ୍ରବାର ଅପରାହ୍ନ ଗୋଟାଏରୁ ସ୍ଥାନାନ୍ତର ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେହି ସମୟରେ ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଥିବା ଶ୍ରଦ୍ଧାଳୁମାନେ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ପ୍ରବେଶ କରିବେ। ସେଠାରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ। ଜୁଲାଇ ୧୪ ଓ ୧୮ରେ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ହୋଇସାରିଛି ।












Click it and Unblock the Notifications