ସ୍କୁଲ ଫିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିଛନ୍ତି ଅଭିଭାବକ ସଂଘ ।
ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିଛନ୍ତି ଅଭିଭାବକ ସଂଘ । ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ୍ ଫେଡେରେସନ (ଓଫାଫ) ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ସ୍କୁଲ ଫି ନ ଦେଇ ପାରିଲେ TC ନେଇଯିବାକୁ ଧମକ ଦିଆଯାଉଥିବା ଅଭିଭାବକ ସଂଘ ଅଭିଯୋଗ କରିଛି ।

ବେସରକାରୀ ସ୍କୁଲରେ ବର୍ଦ୍ଧିତ ଫି ଆଦାୟ ପ୍ରତିବାଦରେ ଏହି ଘେରାଉ କରିଛି ଅଭିଭାବକ ସଂଘ । ଅଭିଭାବକ ମାନେ ଘଣ୍ଟ, ତାଳି, ହରିବୋଲ, ହୁଳହୁଳି ସହ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାରେ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଛି ସଂଘ ଫି । ମାମଲାରେ କୋର୍ଟରେ ସତ୍ୟପାଠ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ସୀମର ଦାଶ ।












Click it and Unblock the Notifications