୧୫ ସୁଧା ଆସିବ କଂଗ୍ରେସର ତ୍ୱିତୀୟ ପ୍ରାର୍ଥୀ ତାଲିକା, ପିସିସି ସଭାପତି
ନିର୍ବାଚନ ପାଖେଇ ଆସୁଛି , ସେଥି ପାଇଁ ସରଗରମ ରାଜ୍ୟ ରାଜନୀତି । ଏଥି ପାଇଁ ବିଜେଡି ଓ ବିଜେପି ନିଜନିଜର ପ୍ରାର୍ଥୀ ତାଲିକା ଘୋଷଣା କରୁଥିବା ବେଳେ କଂଗ୍ରେସ କିନ୍ତୁ ପୁରା ପଛରେ ପଡ଼ିଛି । ଆଜି ପିସିସି ସଭାପତି କହିଛନ୍ତି ଯେ ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ୨ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବ । ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି। ଶନିବାର ସ୍କ୍ରିନିଂ ଏବଂ ରବିବାର ସିଇସି ବୈଠକରେ ଟିକେଟ୍ ନେଇ ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସର ପ୍ରଥମ ଲୋକ ସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି। ବରଗଡ଼ରୁ ସଂଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀଙ୍କୁ କଂଗ୍ରେସ ଟିକେଟ୍ ଦେଇଛି। ସେହିପରି କୋରାପୁଟରୁ ସପ୍ତଗିରି ଉଲ୍ଲାକା, ବ୍ରହ୍ମପୁରରୁ ରଶ୍ମୀରଞ୍ଜନ ପଟ୍ଟନାୟକ, କନ୍ଧମାଳରୁ ଅମିର ଚାନ୍ଦ ନାୟକ, ନବରଙ୍ଗପୁରରୁ ଭୁଜବଳ ମାଝୀଙ୍କୁ ଟିକେଟ୍ ମିଳିଛି।
ଅନ୍ୟପଟେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନୂଆପଡ଼ାରୁ ଟିକେଟ୍ ମିଳିଛି। ସେହିପରି କବିସୂର୍ଯ୍ୟନଗରରୁ ଚିରଞ୍ଜିବୀ ବିଷୋୟୀ, ଗୁଣପୁରରୁ ସତ୍ୟଜିତ ଗମାଙ୍ଗ, ରାଉଲକେଲାରୁ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ କଂଗ୍ରେସ ଟିକେଟ୍ ଦେଇଛି।












Click it and Unblock the Notifications