ରାଜ୍ୟର ଦ୍ୱିତୀୟ ଏମ୍ସ ହେବ ସମ୍ବଲପୁରରେ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ହେବାକୁ ଯାଉଛି ଦ୍ୱିତୀୟ ଏମ୍ସ। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ୍ଶୀଘ୍ର ଏମ୍ସ ସମ୍ବଲପୁରରେ ହେବାକୁ ଯାଉଛି । ରାଜ୍ୟ ସରକାର ଏନେଇ କେନ୍ଦ୍ର ନିକଟରେ ଦାବି ରଖି ସାରିଛନ୍ତି। ଆଗାମୀ ଦିନରେ ଏହା ସମ୍ବଲପୁରରେ ହେବାକୁ ଯାଉଛି। କେନ୍ଦ୍ର ନିକଟରେ ରାଜ୍ୟ ସରକାର ଏନେଇ ଦାବି ରଖିଥିବା ବେଳେ ଆଗାମୀ ଦିନରେ ଏହା ସମ୍ବଲପୁରରେ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ପ୍ରକାଶଥାଉକି, ନୂଆଖାଇ ଅବସରରେ ଆଜି ସମ୍ବଲପୁର ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ନୂଆଖାଇ ଅବସରରେ ସମ୍ବଲପୁରବାସୀଙ୍କୁ ଭେଟି ଦେଇଥିଲେ ମୋହନ ମାଝୀ । ତେବେ ସମ୍ବଲପୁରରେ ଏମ୍ସ ହେବା ଦ୍ବାରା ସମ୍ବଲପୁରବାସୀ ସ୍ବାସ୍ଥ୍ୟ କ୍ଷେତ୍ରରେ ବେଶ୍ ଉପକୃତ ହେବେ ।

ତେବେ କିଛିଦିନ ପୂର୍ବରୁ ସାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ମଧ୍ୟ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ରାଜ୍ୟରେ ଦ୍ବିତୀୟ ଏମ୍ସ ହସ୍ପିଟାଲ ସମ୍ବଲପୁରରେ ହେବ । ପୂର୍ବରୁ ପ୍ରଚାର ସମୟରେ ମଧ୍ୟ ସମ୍ବଲପୁର ଏମପି ତଥା କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଥିଲେ, ରାଜ୍ୟରେ ଭାଜପା ସରକାର ଆସିଲେ ଓଡିଶାର ଦ୍ବିତୀୟ ଏମ୍ସ ସମ୍ବଲପୁର ଖୋଲିବ । ଆଉ ବର୍ତ୍ତମାନ ତାହା ପୂରଣ ହେବାକୁ ଯାଉଛି । ରାଜ୍ୟରେ ହେବ ଦ୍ୱିତୀୟ ଏମ୍ସ












Click it and Unblock the Notifications