ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ୍ ନୁହେଁ ; ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଆଉ ବଢିବ ନାହିଁ ପାଚିକାଙ୍କ ଦରମା। ପାଚିକାଙ୍କ ଦରମା ବୃଦ୍ଧି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଲେ ବଡ଼ ସୂଚନା। ପୂର୍ବରୁ ପାଚିକାଙ୍କ ଦରମା ୨ ହଜାର ଟଙ୍କା ଥିଲା, ବିଜେପି ସରକାର ୧ ହଜାର ବୃଦ୍ଧି କରି ୩ ହଜାର କଲା। ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ, ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ। ତେଣୁ ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।













Click it and Unblock the Notifications