ରାଷ୍ଟ୍ର ନିର୍ମାଣରେ ଯୁବ ସାହିତ୍ୟିକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଭାଷା ସାହିତ୍ୟ କ୍ଷେତ୍ରରେ ଭାରତବର୍ଷର ଅଗ୍ରଣୀ ସାହିତ୍ୟ ସଙ୍ଗଠନ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ଆଜି ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଅବସରରେ ପରିଷଦର ବାର୍ଷିକ ଉତ୍ସବ ଓ ଯୁବ ସାହିତ୍ୟିକ ସମ୍ମିଳନୀ ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଅଛି ।

ଏହି ଉତ୍ସବ ବିଶିଷ୍ଟ ସାହିତ୍ୟିକ ପୂଜ୍ୟ ସନ୍ଥ ଶ୍ରୀମଦ ସନତ ସୁଜାତାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ଓ କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ଡ. ଅଭୟ କୁମାର ନାୟକ, ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର, ସଂଗଠନ ସମ୍ପାଦକ ଶ୍ରୀ ନାରାୟଣ ନାୟକ, ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ସତ୍ୟ ନାରାୟଣ ଆଚାର୍ଯ୍ୟ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ଦିଲ୍ଲୀପ କୁମାର ସ୍ୱାଇଁ, ବୌଦ୍ଧ ମଡେଲ ଡିଗ୍ରୀ କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଡ. କଳ୍ପତରୁ ନାୟକ, ବରିଷ୍ଠ ସାହିତ୍ୟିକ ଅରୁଣ କୁମାର ସାହୁ ଆଦି ଓଡ଼ିଆ ଭାଗବତ , ଅତିବଡ଼ି ଜଗନ୍ନାଥ ଦାସଙ୍କ ସାହିତ୍ୟ ତଥା ରାଷ୍ଟ୍ର ନିର୍ମାଣରେ ଯୁବସାହିତ୍ୟିକଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ଜଗନ୍ନାଥ ଦାସ ଓଡ଼ିଆ ସାହିତ୍ୟର ସର୍ବଶ୍ରେଷ୍ଠ ପ୍ରତିଭୂ ଓ ଜଗନ୍ନାଥ ଦାସଙ୍କ ଜୟନ୍ତୀକୁ ବିଶ୍ୱ ପୁସ୍ତକ ଦିବସ ଭାବରେ ପାଳନ କରାଯିବା ଉଚିତ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଶ୍ରୀମତୀ ପ୍ରତିଭା ପ୍ରିୟଦର୍ଶନୀ, ଡ. ରଘୁନାଥ ଓଝା, ଡ. ଅନୁପ କୁମାର ମାର୍ଥା ଓ ଭେଙ୍କଟ ବାଲାଜୀ ବିଶ୍ଵନାଥ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଡ. ନିରୋଦ କୁମାର ମନ୍ତ୍ରୀଙ୍କୁ ଯୁବ ପ୍ରତିଭା ସମ୍ମାନ ଓ ଅଧ୍ୟାପିକା ଝରଣା ନାଥଙ୍କୁ ଯୁବ ସୌରଭ ସମ୍ମାନରେ ସମ୍ମାନିତ କରାଯାଇଥିଲା।

writers

ଅତିଥି ମାନଙ୍କ ଦ୍ୱାରା ପରିଷଦର ମୁଖପତ୍ର ଦିଗ ଦିଗନ୍ତ, ଶ୍ରୀ ଗୋପୀନାଥ ଷଡ଼ଙ୍ଗୀଙ୍କ ଚିକିତ୍ସା ମଞ୍ଜରୀ ଓ ଡ.ନିରୋଦ କୁମାର ମନ୍ତ୍ରୀଙ୍କ ରଚିତ ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, ବିଶିଷ୍ଟ କବି ଶ୍ରୀ ବିପିନ ବିହାରୀ ରାଉତଙ୍କ କାନ୍ଧ ଓ ଅନ୍ୟାନ୍ୟ କବିତା ପୁସ୍ତକ ଉନ୍ମୋଚିତ ହୋଇଥିଲା । ୨୦ଜଣ ଯୁବ ଗବେଷକ ଓ ଗବେଷିକାମାନେ ସେମାନଙ୍କ ଗବେଷଣା ପତ୍ର ପାଠ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦୦ ଜଣ ଯୁବ ସାହିତ୍ୟିକ, କବି, ପ୍ରାବନ୍ଧିକ, ସ୍ତମ୍ଭକାର ଓ ଗବେଷକମାନେ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+