ରାଜ୍ୟରେ ଲ' କମିଶନର ଭୂମିକା ରହିବ ଗୁରୁତ୍ୱପୂର୍ଣ୍ଣ ; ଆଇନ ମନ୍ତ୍ରୀ
ରାଜ୍ୟରେ ଲ' କମିସନ ଅଦରକାରୀ ଆଇନ ଖୋଜିବେ। ସୁଶାସନ ପ୍ରତିଷ୍ଠା ପାଇଁ କମିସନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି । ଲ' କମିସନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ।

ରାଜ୍ୟକୁ କମିସନଙ୍କର ଆବଶ୍ୟକତା ଥିଲା। ୨୦୧୮ ମସିହା ପରଠାରୁ ଏଭଳି କରିବାକୁ ରାଜ୍ୟ ସରକାର ଉଚିତ ମଣି ନ ଥିଲେ। ଏବେ ଏହି କମିସନ ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବେ।
ଦରକାରୀ ନିୟମର ପରିବର୍ତ୍ତନ କରିବେ। ଆବଶ୍ୟକୀୟ ସଂଶୋଧନ କରିବେ। ଆନ୍ୟାବଶ୍ୟକ ଆଇନକୁ ଖୋଜିକି ବାହାର କରିବା, ତର୍ଜମା କାର୍ଯ୍ୟ କରି କମିସନ ରାଜ୍ୟ ସରକାରଙ୍କୁ ଏନେଇ ସୁପାରିଶ କରିବେ।












Click it and Unblock the Notifications