ବର୍ଷାରେ ଭୁଶୁଡ଼ିଲା ରାଇସ୍ ମିଲ୍

ନବରଙ୍ଗପୁର: ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ । ଅଳ୍ପକେ ବର୍ତିଲେ କର୍ମଚାରୀ । ଏଭଳି ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ଗତ ତିନି ଦିନ ଧରି ନବରଙ୍ଗପୁର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ଅନେକ କ୍ଷୟକ୍ଷତିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ବର୍ଷା ଯୋଗୁ ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଥିବା ଏକ ରାଇସ ମିଲ୍ ଓ ଗୋଦାମ ଘର ରବିବାର ଭୁଶୁଡ଼ି ପଡ଼ିଛି । ହେଲେ ଗୋଦାମ ଘରେ ନିୟୋଜିତ କର୍ମଚାରୀ ବାହାରକୁ ଖାଇବାକୁ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତୀଯାଇଛନ୍ତି ।

ଗୋଦାମ ଦୁଇ ମମଲା ରହିଥିଲା । ଅନ୍ୟପକ୍ଷେ ରାଇସମିଲ୍‌ରେ ଥିବା ହଜାର ହଜାର କୁଇଣ୍ଟାଲ ଧାନ ଏବଂ ଚାଉଳ ପାଣିରେ ଭିଜିବା ସହ ପୋତି ହୋଇ ନଷ୍ଟହେବା ଆଶଙ୍କା ପ୍ରକାଶ କରିଛନ୍ତି ରାଇସ ମିଲ୍ ମାଲିକ ବିକାଶ ଅଗ୍ରୱାଲ ପ୍ରକାଶ କରିଛନ୍ତି । ଏପରି କି ବିଭାଗୀୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିବା ମାଲିକ ବିକାଶ କହିଛନ୍ତି ।

rice mill collapsed

ରାଇସ ମିଲ ଭିତରେ ତିନି ହଜାର କ୍ୱିଣ୍ଟାଲ ସରକାରୀ ଚାଉଳ ସହ ଧାନ ମଧ୍ୟ ରହିଥିଲା। ସେ ସବୁରେ ପାଣି ପଶିବା ଫଳରେ ଧାନ ଓ ଚାଉଳ ସବୁ ନଷ୍ଟ ହେବା ଆଶଙ୍କା କରାଯାଉଛି। ଚାଉଳର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ଯେଉଁ ଚାଉଳ ରହିଛି ତାହା ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଯୋଗାଣ ପାଇଁ ରହିଥିଲା। କୋଠଟି ଦୁଇ ମହଲା ବିଶିଷ୍ଟ ରହିଥିବା ବେଳେ ୫ ଜଣ କର୍ମଚାରୀ ମିଲରେ ରହୁଥିଲେ। ସମସ୍ତ କର୍ମଚାରୀ ରାତ୍ରି ଭୋଜନ ପାଇଁ ବାହାରକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବାରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+