ଯୋଗାଣ ବିଭାଗ ସହ ଏଗ୍ରିମେଣ୍ଟ କରୁନଥିବା ମିଲରଙ୍କୁ କଡ଼ା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ
ମିଲରଙ୍କୁ ନାଲି ଆଖି ଦେଖାଇଲେ ରାଜସ୍ୱମନ୍ତ୍ରୀ। ଧାନ କିଣିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ସହ ଏଗ୍ରିମେଣ୍ଟ କରୁନଥିବା ମିଲରଙ୍କୁ କଡ଼ା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ଦିନକିଆ ନବରଙ୍ଗପୁର ଗ୍ରସ୍ତରେ ଯାଇ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ରାଜସ୍ୱ ବିଭାଗ ଓ ଧାନ କିଣା ପ୍ରକ୍ରିୟାର ସମୀକ୍ଷା ବୈଠକରେ ଏଭଳି ଚେତାବନୀ ଦେଇଛନ୍ତି ମନ୍ତ୍ରୀ।

ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଯେଉଁ ମିଲରମାନେ ଏଗ୍ରିମେଣ୍ଟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧାନ ସଂଗ୍ରହ ପ୍ରକ୍ରିୟାରେ ଯେଉଁମାନେ ଅବରୋଧ କରିବାକୁ ଚେଷ୍ଟା କରିବେ, ସେମାନେ କଳ୍ପନା କରିପାରିବେନି ସରକାର କି ପ୍ରକାର ଦଣ୍ଡଦେବେ। ଏ ସରକାର ହେଉଛି ଗରିବ ଲୋକ ଓ ଚାଷୀମାନଙ୍କର ବୋଲି ମନ୍ତ୍ରୀ କହିଛନ୍ତି।
ଆଜି ଦିନିକିଆ ନବରଙ୍ଗପୁର ଗସ୍ତରେ ଯାଇଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ ନବରଙ୍ଗପୁରରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହା ପରେ ଶ୍ରୀ ପୂଜାରୀ ମାଆ ଭଣ୍ଡାରଘରଣୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ସ୍ଥାନୀୟ ମିଶନ ଶକ୍ତିହଲଠାରେ ରାଜସ୍ୱ ବିଭାଗର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣାପଡ଼ିଛି।












Click it and Unblock the Notifications