ଭୋଟ ଦେବାକୁ ଆସୁନାହାନ୍ତି ରାଜଧାନୀର ବାସୀ, ମୋଟ ୩୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସବୁଠୁ କମ୍ ଭୋଟ ପଡ଼ିଛି
ଭୁବନେଶ୍ବର: ଭୋଟ ଦେବାକୁ ନାରାଜ ରାଜଧାନୀ ବାସୀ। ରାଜଧାନୀ ଭୁବନେଶ୍ବର ହେଉଛି ରାଜ୍ୟର ସବୁଠାରୁ ସର୍ବାଧିକ ଶିକ୍ଷିତ ଲୋକ ରହୁଥିବା ସ୍ଥାନ। କିନ୍ତୁ ନିର୍ବାଚନ ସମୟରେ ଏଠାକାର ଲୋକେ ଉତ୍ସାହିତ ହୋଇ ଭୋଟ୍ ଦେଇ ଯାଉ ନଥିବାର ପରିଲକ୍ଷିତ ହେଉଛି।

ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଥିବା ବେଳେ ଅପରାହ୍ଣ ଗୋଟାଏ ସୁଦ୍ଧା ଭୁବନେଶ୍ୱରରେ ସର୍ବନିମ୍ନ ମତଦାନ ହୋଇଛି। ଏଠାରେ ମୋଟ ୩୫ ଦଶମିକ ୬୯ ପ୍ରତିଶତ ମତଦାନ ହୋଇଛି, ଯାହାକି ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ସବୁଠୁ କମ୍।
ସମ୍ବଲପୁରରେ ସର୍ବାଧିକ ୩୮ ଦଶମିକ ୧୩ ପ୍ରତିଶତ ମତଦାନ ହୋଇଥିବା ବେଳେ ରାଜଧାନୀରେ ୩୩ ପ୍ରତିଶତ ଭୋଟିଂ ହୋଇଛି । ସେହିଭଳି ବିଧାନସଭା କ୍ଷେତ୍ରରେ କୁଚିଣ୍ଡାରେ ସର୍ବାଧିକ ମତ ସଂଗ୍ରହ କରାଯାଇଛି। ଭୁବନେଶ୍ୱର ମଧ୍ୟରେ ସର୍ବନିମନ୍ନ ୨୩.୦୧ ପ୍ରତିଶତ ଭୋଟର ମତଦାନ କରିଛନ୍ତି।












Click it and Unblock the Notifications