Ratna Bhandar: ଆଜିଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ କରାଯିବ । ଯେଉଁ ଦିନଠାରୁ କାମ ଆରମ୍ଭ ହେଲାଣି ସଠିକ ସମୟ ଦିଆଯାଇପାରିନି ।

ସେହିପରି ବିଶେଷ ଦିନ ମାନଙ୍କରେ କାମ ବନ୍ଦ ରହିଛି । ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ କାମ ବନ୍ଦ ରହିଥିଲା । ଆଗକୁ ଅଧିକ ସମୟ ଆବଶ୍ୟକତା ରହିଛି । ତାହେଲେ ରତ୍ନଭଣ୍ଡାର ମରାମତି ସମୟ ଧାର୍ଯ୍ୟ ପୂର୍ବରୁ ଶେଷ ହୋଇପାରିବ। ଆଉ ଏପଟେ ଶ୍ରୀମନ୍ଦିର ନାଟମଣ୍ଡପ ଧାଡିଦର୍ଶନ ଲାଗୁ ପାଇଁ ପୁଣିଥରେ ଆରମ୍ଭ ହୋଇଛି ପ୍ରକ୍ରିୟା ।

ଭିଡକୁ ଦୃଷ୍ଟିରେ ରଖାଯାଇ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ଏବେ ନିଯୋଗମାନଙ୍କ ସହ ଆଲୋଚନା କରାଯାଉଛି । ପ୍ରକ୍ରିୟା ଶେଷ ପରେ ଲାଗୁ ହେବ ନାଟମଣ୍ଡପ ଧାଡି ଦର୍ଶନ ବ୍ୟବସ୍ଥା । ଏନେଇ ଜିଲ୍ଲାପାଳ କହିଛନ୍ତି ।

Ratnabhandar

ଏଥି ସହ ଡିସେମ୍ୱର ମାସରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ରତ୍ନଭଣ୍ଡାର ସଂରକ୍ଷଣ ସହ ମରାମତି କାର୍ଯ୍ୟରେ ଲାଗିଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍। କାନ୍ଥରେ ଭର୍ଟିକାଲ ବା ଭୂ-ଲମ୍ବ ଫାଟର ମରାମତି ସହ ଚଟାଣରେ ଗ୍ରାନାଇଟ୍ ଲଗାଯିବ। ଗତ ସେପଟେମ୍ବର ୨୧ ଓ ୨୨ରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଏବଂ ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ଚାଲିଛି ରତ୍ନଭଣ୍ଡାର ମରାମତି। ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ଥିବା ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ।

ପାଞ୍ଚ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ ଘଟାଇ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିଥିଲା। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଏକ ୧୧ଜଣିଆ ଉଚ୍ଚସ୍ତରୀୟ କମିଟି ରତ୍ନଭଣ୍ଡାର ତଦାରଖ ପାଇଁ ଭିତରକୁ ଯାଇ ଅନୁଧ୍ୟାନ କରିଥିଲେ। ତିନିଟି ତାଲା ଭଙ୍ଗାଯିବା ସହ ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ପରେ ଭିତର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+