Get Updates
Get notified of breaking news, exclusive insights, and must-see stories!

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ, ନିଶ୍ଚିତ ଯାହାନ୍ତୁ ବୁଲିବା ପାଇଁ

ଭୁବନେଶ୍ବର: ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଶନିବାର ଠାରୁ ଖୋଲିଲା ରାଜଭବନ ଉଦ୍ୟାନ । ରାଜଭବନ ଉଦ୍ୟାନ ଭିତରେ ରଙ୍ଗ ବେରଙ୍ଗର ଫୁଲ ସାଙ୍ଗକୁ , ହରିଣ ପାର୍କ, ବିଭିନ୍ନ ପ୍ରକାର ଚଢ଼େଇ , ଭିନ୍ନ ପ୍ରକାର ମାଛ ଯାହା ଦର୍ଶକ ଓ ସ୍କୁଲ ପିଲାମାନଙ୍କୁ ଉଦ୍ୟାନ ପ୍ରତି ଆକୃଷ୍ଟ କରିଛି । ଆଜି ପ୍ରଥମ ଦିନରେ ଉଦ୍ୟାନ ବୁଲିବ ପାଇଁ ଖୁବ୍ ଭିଡ ଲାଗିଥିଲା । ସେହିପରି ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ ।

Raj Bhavan Garden

ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭ୍ରମଣ ସମୟରେ ବନ୍ଧୁକ , ଅସ୍ତ୍ରଶସ୍ତ୍ର , କ୍ୟାମେରା , ଖାଇବା ସମାଗ୍ରୀ ଆଦି ଜିନିଷ ନେବାକୁ ବାରଣ ରହିଛି ।

ପ୍ରଥମ ଦିନରେ ଆଜି ପ୍ରାୟ ୨୫୦୦ ଲୋକ ରାଜଭବନ ଉଦ୍ୟାନ ବୁଲିଥିବା ସୂଚନା ମିଳିଛି। ଏହି ଉଦ୍ୟାନ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଲୋକେ ରାଜଭବନ ଉଦ୍ୟାନରେ ବୁଲି ବିଭିନ୍ନ ରକମର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇପାରିବେ । ଦର୍ଶକମାନେ ବିନା କୌଣସି ପ୍ରବେଶ ଶୁଳ୍କରେ ରାଜଭବନ ଉଦ୍ୟାନ ପରିଭ୍ରମଣ କରିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+