ଆସନ୍ତା କାଲିଠାରୁ କମିବ ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ

ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷିପ୍ତ ବର୍ଷା ରହିବ। ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଆଜି ପ୍ରାୟତଃ କମିଯିବ। ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର,ଗଞ୍ଜାମ,ଗଜପତି, ରାୟଗଡ଼ା, ଯାଜପୁର, କଳାହାଣ୍ଡି,କନ୍ଧମାଳ , ଢେଙ୍କାନାଳ,ଖୋର୍ଦ୍ଧା,କଟକ,ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ବର୍ଷା ରହିବ।

rain

ମାଲକାନଗିରି,ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର,ବରଗଡ଼, ସୋନପୁରରେ ଆଜି କମିପରେ ବର୍ଷା। ଆଜି ଅନେକ ସ୍ଥାନରେ ବର୍ଷା ରହିବ। କିନ୍ତୁ ଆସନ୍ତାକାଲିଠୁଁବହୁ ପରିମାଣରେ କମିବ ବର୍ଷା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ଆଗାମୀ ୪୮ ଘଣ୍ଟା ହେବ ଘନ କୁହୁଡ଼ି।ଦିନ ତାପମାତ୍ରା କମିଛି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ। କିନ୍ତୁ ରାତ୍ରି ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିଛି। ଆଗାମୀ ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ରୁ ୪ ଡିଗ୍ରୀ କମିବା ରାତ୍ରି ତାପମାତ୍ରା ।କୋହଲା ପାଗ ଆଜି ରହିବା।ଆସନ୍ତାକାଲି ଠାରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ କୋହଲା ପାଗ କମିବ।
ସେ ଆହୁରି କହିଛନ୍ତି, କାଲି ଦକ୍ଷିଣ ଉପକୂଳ, ଉପକୂଳ ଓଡ଼ିଶା,ମାଲକାନଗିରି, କୋରାପୁଟ,ରାୟଗଡ଼ା, ଗଞ୍ଜାମ ,ଗଜପତିରେ ହାଲକା ବର୍ଷା। ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ରହିବ ଘନ କୁହୁଡ଼ି ପରିଲକ୍ଷିତ ହେବ। ସବୁ ବନ୍ଦର ପାଇଁ ସିଗ୍ନାଲ ୧ କରାଯାଇଛି।ପାଗ କୁହୁଡ଼ିଆ ସହ ମେଘୁଆ ରହିବ।ଦକ୍ଷିଣ ଓଡ଼ିଶା ଉପକୂଳକୁ ଯିବାକୁ ଆଜି ମତ୍ସ୍ୟଜୀବୀଙ୍କୁ ମନା ହୋଇଛି। ନୟାଗଡ଼ ସହ ୬ ଟି ଜାଗାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+