ବାତ୍ୟା ଦାନା ପାଇଁ ସଜାଗ ହେଲା ରେଳ ବିଭାଗ; ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଖୋଲିଲା ହେଲପ ଡେସ୍କ

ବାତ୍ୟା ପାଇଁ ରେଳ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ ମୁଡରେ ରହିଛି। ରିଲିଫ ଅପରେସନ, ଯାତ୍ରୀ ସୁରକ୍ଷା, ଭିତ୍ତିଭୂମି ପୁନଃଉଦ୍ଧାର ପାଇଁ ତୟାର ରେଳ ବିଭାଗ । ବାତ୍ୟା ପରେ ପୂର୍ବ ଉପକୂଳରେ ତୁରନ୍ତ ରେଳସେବାକୁ ପୁନଃଉଦ୍ଧାର ପାଇଁ ୯ଟି ୱାରରୁମ କାର୍ଯ୍ୟକାରୀ କରାଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ହେଲପ ଡେସ୍କ ଖୋଲାଯାଇଛି ।

Cyclone Dana

ଆଜିଠୁ ୩ ଦିନ ପର୍ଯ୍ୟନ୍ତ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌ରେ ୨ଶହରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି। ଅର୍ଥାତ ଆଜିଠୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୨ଶହ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି।

ପୁରୀ ପାଇଁ ୮୯୨୬୧ - ୦୦୩୫୬, ଖୋର୍ଦ୍ଧାରୋଡ ଲାଗି ୮୯୨୬- ୧୦୦୨୧୫, ଭୁବନେଶ୍ୱର ପାଇଁ ୮୧୧୪୩-୮୨୩୭୧, କଟକ ପାଇଁ ୮୧୧୪୩-୮୨୩୫୯, ପାରାଦୀପ ପାଇଁ ୮୧୧୪୩- ୮୮୩୦୨, ଯାଜପୁର କେନ୍ଦୁଝରରୋଡ଼ ପାଇଁ ୮୧୧୪୩୮୨୩୪୨, ଭଦ୍ରକ ପାଇଁ ୮୧୧୪୩୮୨୩୦୧ ନମ୍ବର ଜାରି ହୋଇଛି ।

ବାତ୍ୟା ଦାନାର ମୁକାବିଲା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରିଛନ୍ତି । ରେଳମନ୍ତ୍ରୀ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ବିଭାଗ ପକ୍ଷରୁ ସର୍ବନିମ୍ନ ବ୍ୟାଘାତ ସହ ସର୍ବାଧିକ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭର୍ଚୁଆଲ ସମୀକ୍ଷାରେ ଖୋର୍ଦ୍ଧାରୁ ଖଡ଼ଗପୁର ଡିଆରଏମ୍‌ଙ୍କ ସହ ରେଳ ବିଭାଗ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବାତ୍ୟା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+