ଶ୍ରୀମନ୍ଦିରରେ ଚୋରି , ହୁଣ୍ଡି ଟଙ୍କା ଗଣତି ବେଳେ ଚୋରି କଲେ ପିଅନ
ଶ୍ରୀ ମନ୍ଦିରରୁ ଚୋରି । ଧରା ପଡିଲା ଚୋର । ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାନ ବାକ୍ସକୁ ଶ୍ରଦ୍ଧାଳୁମାନେ ଦେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଟଙ୍କା ଗଣତି ବେଳେ ଏହା ଘଟିଛି ।

ତେବେ ଚୋରକୁ ସିସିଟିଭି ଫୁଟେଜରୁ ଚୋରି କରୁଥିବାର ଧରାପଡ଼ିବା ପରେ ପ୍ରାୟ ୩୫ ହଜାର ଟଙ୍କା ଉକ୍ତ ପିଅନଙ୍କଠାରୁ ଜବତ ହୋଇଥିଲା। ପରେ ଉକ୍ତ କର୍ମଚାରୀ ପୋଲିସ ହେପାଜତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉକ୍ତ କର୍ମଚାରୀଙ୍କୁ ଜେରା କରାଯାଇଛି ।
ତେବେ ପ୍ରାୟ ୭ଦିନ ପାଇଁ ଏହି କର୍ମଚାରୀ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ। ଡ୍ୟୁଟି କରୁଥିବା ବେଳେ ଅନ୍ୟ ଦିନମାନଙ୍କରେ ସେ ଟଙ୍କା ଚୋରି କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଶ୍ରୀମନ୍ଦିର ହୁଣ୍ଡି ଗଣତି ନିମନ୍ତେ ସ୍ଥାୟୀ କର୍ମଚାରୀ ମୁତୟନ କରା ନ ଯିବା ଓ ହୁଣ୍ଡି ଗଣତିରେ ସ୍ବଚ୍ଛତା ରକ୍ଷା ନିମନ୍ତେ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଭଳି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଗୋଟାଏ ପରେ ଗୋଟାଏ ଘଟଣା ପରେ ଏବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି ।












Click it and Unblock the Notifications