ରାଜ୍ୟରେ କେଉଁ ପ୍ରକିୟାରେ ଚାଲିବ ଜନଗଣନା ଆଗକୁ ସ୍ପଷ୍ଟ କରାଯିବ, ପୱନ କଲ୍ୟାଣ
ରାଜ୍ୟରେ ଜନଗଣନା ନେଇ ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣଙ୍କ ସୂଚନା । କେଉଁ ପ୍ରକିୟାରେ ଚାଲିବ ଆଗକୁ ସ୍ପଷ୍ଟ କରାଯିବ' । ଜନଗଣନା ଆରମ୍ଭ ଓ ଶେଷ ନେଇ ସମୟ ସାରିଣୀ ମଧ୍ୟ ବାହାରିବ' । ଜନଗଣନା ପାଇଁ କେତେ ଦିନ ଲାଗିବ ଏବେଠୁ କହି ହେବନି' ।
ବିଜ୍ଞପ୍ତି ପ୍ରକାଶ ପାଇଛି, ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିବି' । ସମସ୍ତ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କ ଦ୍ବାରା କାର୍ଯ୍ୟ ସମାପନ ହେବ' ।

ଦେଶରେ ଜନଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । କେନ୍ଦ୍ର ସରକାର ଆଜି ଜାରି କରିଛନ୍ତି ବିଧିବଦ୍ଧ ବିଜ୍ଞପ୍ତି । ଜନଗଣନା ଅଧିନିୟମ ୧୯୪୮ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା କାର୍ଯ୍ୟ । ୨୦୨୬ ଅକ୍ଟୋବର ପହିଲାରେ ପ୍ରଥମ ପର୍ଯ୍ୟାୟ ଏବଂ ଓ ୨୦୨୭ ମାର୍ଚ୍ଚ ୧ରେ ଦ୍ୱିତୀୟ ପର୍ଯ୍ୟାୟ ଗଣନା କରାଯିବ ।
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀର ଓ ଲଦାଖରେ ଅକ୍ଟୋବର ପହିଲା ୨୦୨୬ରେ କରାଯିବ । ବାକି ସବୁ ରାଜ୍ୟରେ ୨୦୨୭ ମାର୍ଚ୍ଚ ୧ରେ ହେବ ଜନଗଣନା । ଭାରତରେ ପ୍ରଥମଥର ପାଇଁ ଜନଗଣନା ଓ ଜାତିଗତ ଜନଗଣନା ଏକାସଙ୍ଗେ କରାଯାଉଛି । ଯେଉଁ କର୍ମଚାରୀମାନେ ଜନଗଣନା କରିବେ, ସେମାନଙ୍କୁ ପ୍ରଥମେ ତାଲିମ ଦିଆଯିବ । ତା'ପରେ ଫର୍ମାଟ୍ ପ୍ରସ୍ତୁତ ହେବା ପରେ ଫିଲ୍ଡକୁ ଯିବେ । ଦେଶକୁ ଦୀର୍ଘ ବର୍ଷ ଧରି ଜନଗଣନା ପାଇଁ ଅପେକ୍ଷା ଥିଲା । ୨୦୧୧ରେ ଶେଷଥର ପାଇଁ ଜନଗଣନା ହୋଇଥିଲା ।
୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ ଏବଂ ୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତିଭିତ୍ତିକ ଜନଗଣନା । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ । ୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତିଭିତ୍ତିକ ଜନଗଣନା । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା ।












Click it and Unblock the Notifications