ମନ୍ କି ବାତରେ କଳାହାଣ୍ଡିର ଚାଷୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ ଏମିତି କିଛି
ମନ୍ କି ବାତ୍ର ୧୧୭ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ଓଡ଼ିଶାର କଳାହାଣ୍ଡିର ଏକ ଉଦ୍ୟମ ବିଷୟରେ କହିବାକୁ ଚାହେଁ। ଯେଉଁଠାରେ ପନିପରିବା ବିପ୍ଳବ ସୃଷ୍ଟି ହୋଇଛି।

ଏହି ଅଞ୍ଚଳରେ ଦିନେ କୃଷକମାନେ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଉଥିଲେ। ଆଜି କଳାହାଣ୍ଡିର ଗୋଲାମୁଣ୍ଡା ବ୍ଲକ୍ ଏକ ପନିପରିବା ହବ୍ ପାଲଟିଛି। କମ୍ ପାଣିଥିବା ଏହି ଅଞ୍ଚଳରେ କୃଷି ବିପ୍ଳବ ସୃଷ୍ଟି ହୋଇଛି।
ଏହି ସଂଘ ପ୍ରଥମେ ୧୦ ଜଣ କୃଷକଙ୍କ ଏକ ଛୋଟ ଗୋଷ୍ଠୀ ସହିତ ଆରମ୍ଭ ହୋଇଥିଲା। ଆଜି ସେମାନଙ୍କର କିଷାନ ଉତ୍ପାଦ ସଂଘ(ଏଫପିଓ) କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି। ଆଜି ୪୫ରୁ ମହଳା କୃଷକଙ୍କ ସହିତ ଏହି ଏଫପିଓରେ ୨୦୦ରୁ ଅଧିକ କୃଷକ ସାମିଲ ହୋଇଛନ୍ତି।












Click it and Unblock the Notifications