ବାତ୍ୟା ‘ଦାନା’ ପାଇଁ ଭଦ୍ରକକୁ ଆସିଲା ପ୍ରାଥମିକ ସହାୟତା ରାଶି, ଜାଣନ୍ତୁ କେତେ ମିଳିଲା ଜିଲ୍ଲାକୁ

ବାତ୍ୟା 'ଦାନା' ପାଇଁ ଆସିଲା ପ୍ରାଥମିକ ସହାୟତା ରାଶି । ଅତ୍ୟଧିକ ଭାବେ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ସହାୟତା । ଭଦ୍ରକ ଜିଲ୍ଲାରେ 'ଦାନା' ପାଇଁ ୫୯୦ ଅଙ୍ଗନବାଡି ଗୃହ, ୧୬୦୦ରୁ ଅଧିକ ରୋଡ଼, ୧୪୦ କଲଭର୍ଟ, ୯୭୨ ସ୍କୁଲ ଗୃହ ଓ ସରଞ୍ଜାମ କ୍ଷତି ହୋଇଥିବା ନେଇ ପ୍ରାଥମିକ ଆକଳନ କରିଥିଲା ଜିଲ୍ଲା ପ୍ରଶାସନ ।

ବାତ୍ୟା ଦ୍ଵାରା ଜିଲ୍ଲାର ୧୨୬୩ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧୪ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଥିଲେ ଓ ୧୨ ଲକ୍ଷ ପଶୁ ଜନ୍ତୁ ପ୍ରଭାବିତ ହୋଇଥିବା ନେଇ ଆକଳନ ହୋଇଥିଲା । ତେବେ ଜିଲ୍ଲାରେ ୩୫୨ କୋଟିର କ୍ଷୟକ୍ଷତି ନେଇ ପ୍ରାଥମିକ ଆକଳନ କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ତରଫରୁ ୭୯ କୋଟି ଟଙ୍କାର ସହାୟତା ମିଳିଛି । ଅତି ଜରୁରୀ ଥିବା କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ ଓ ବଳକା ରାଶି ଆସିଲେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+