ଚାପ ଖେଳିବେ ମହାପ୍ରଭୁ , ପୁରୀରେ ପ୍ରସ୍ତୁତି ଆରମ୍ଭ

ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥି ପାଇଁ ସଜାଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ । ଆସନ୍ତା ମାସ ୧୦ରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ସହ ଅକ୍ଷୟ ତୃତୀୟା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରଣୀରୁ ନନ୍ଦା, ଭଦ୍ରା ଓ ବୈଜୟନ୍ତୀଙ୍କ ଚାପ ଡଙ୍ଗା ବାହାର କରାଯାଉଛି ।

chandan yatra

ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା, ଭଦ୍ରା ଓ ବେଜୟନ୍ତୀରେ ଚାପ ଖେଳିବେ ମହରପ୍ରଭୁଙ୍କ ଚଳନ୍ତି ପ୍ରତିମା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତବର୍ଷ ଚନ୍ଦନଯାତ୍ରା ଶେଷପରେ ନରେନ୍ଦ୍ରର ଗଭୀର ଜଳରାଶିରେ ବୁଡି ରହିଥିବା ନନ୍ଦା, ଭଦ୍ରା ବୈଜୟନ୍ତୀଙ୍କୁ ମଙ୍ଗଳବାର ପାଣି ଉପରକୁ ଉଠାଯାଇଛି। ଭୋଇ ସେବକମାନେ ପାଣିରେ ବୁଡି ମୋଟ ୫ଟି ଡଙ୍ଗାକୁ ଉପରକୁ ଆଣିଛନ୍ତି।

ସୂଚନାଯୋଗ୍ୟ, ଚନ୍ଦଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସମେତ ପଞ୍ଚ ପାଣ୍ଡବ ଚାପ ଖେଳିବେ। ଏଥିପାଇଁ ନରେନ୍ଦ୍ର ପୋଖରୀ ସୁସଜ୍ଜିତ କରିବା ସହ ପ୍ରସ୍ତୁତି ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+