Get Updates
Get notified of breaking news, exclusive insights, and must-see stories!

୨୭ରେ ଓଡ଼ିଶା ଗସ୍ତ ଆସୁଛନ୍ତି ରାଷ୍ଟ୍ରପତି, କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ୱର: ଆସନ୍ତା ୨୭ ତାରିରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ପାରାଦୀପରେ ହେବାକୁ ଥିବା କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ମହାମହିମଙ୍କ ଗସ୍ତ ପାଇଁ ଚାଲିଛି ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ଏବଂ ଆସନ୍ତାକାଲି ସ୍ପଟ୍ ରିହର୍ସଲ କରିବ ପୋଲିସ । ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସ୍ଥାନ ପର୍ଯ୍ୟନ୍ତ ମୁତୟନ ରହିବ ପୋଲିସ ଫୋର୍ସ । ସୂଚନା ଅନୁସାରେ, ଏସପିଙ୍କ ସମେତ ୫ କମାଣ୍ତାଣ୍ଟ ରାଙ୍କ ଅଫିସର, ୧୩ ଡିଏସପି ଏବଂ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେହିପରି ଆଜି ଗୋପବନ୍ଧୁ ଷ୍ଟାଡିୟମ ନିକଟସ୍ଥ ହେଲିପ୍ୟାଡରେ ମକଡ୍ରିଲ୍ କରାଯାଇଛି ।

President

ସୂଚନାଥାଉ ଯେ, ୨୨ ତାରିଖରେ ମୟୁରଭଞ୍ଜ ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରିବାର ଲୋକଙ୍କ ସହ ରାଇରଙ୍ଗପୁରରେ ରାତ୍ରିଯାପନ କରିବା ସହ ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ । ବାଦାମପାହାଡ ରାଉରକେଲା ମେମୁ, ବାଦାମପାହାଡ- ରାଉରକେଲା ସାପ୍ତାହିକ ଓ ବାଦାମପାହାଡ-ସାଲିମାର ସାପ୍ତାହିକ ଟ୍ରେନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ଅମ୍ରିତ ଷ୍ଟେସନ୍ ଯୋଜନାରେ ବାଦାମପାହାଡ ରେଳ ଷ୍ଟେସନର ଭିତିପ୍ରସ୍ତର ସ୍ଥାପନ ହେବ । ପରେ ରାଇରଙ୍ଗପୁର ନୂଆ ପୋଷ୍ଟାଲ ଡିଭିଜନର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+