'ସର୍ବୋଚ୍ଚ ଆସନରେ ବସି ଜନ୍ମଭୂମି ଓ କର୍ମଭୂମିକୁ ଭୁଲି ନାହାନ୍ତି ରାଷ୍ଟ୍ରପତି'

ବିଧାନସଭାରେ ରାଷ୍ଟ୍ରପତିଙ୍କୁ ଗୃହରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଉପସ୍ଥିତି ଆମ ପାଇଁ ଉତ୍ସାହ । ସଂଘର୍ଷମୟ ଜୀବନ ଓ ସଫଳତା ନେଇ ବଧେଇ ଜଣାଇଲେ । ସର୍ବୋଚ୍ଚ ଆସନରେ ବସି ଜନ୍ମଭୂମି ଓ କର୍ମଭୂମିକୁ ଭୁଲି ନାହାନ୍ତି । ଏଇ ବିଧାନସଭାରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ ମହାମହିମ ଦେଶର କନିଷ୍ଠତମ ରାଷ୍ଟ୍ରପତି ଓ ପ୍ରଥମ ନାଗରିକ । ରାଷ୍ଟ୍ରପତି ଭାବେ ଅନ୍ୟ ପାଇଁ ଆପଣ ଉଦାହରଣ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, "ସର୍ବୋଚ୍ଚ ଆସନରେ ବସି ମଧ୍ୟ ଆପଣ ନିଜ ଜନ୍ମଭୂମି ଓ କର୍ମଭୂମିକୁ ଭୁଲି ନାହାନ୍ତି।" ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟଧାରାକୁ 'ଅନନ୍ୟ' ବୋଲି ବର୍ଣ୍ଣନା କରି କହିଥିଲେ ଯେ ତାଙ୍କର ବିଧାୟିକା, ମନ୍ତ୍ରୀ, ରାଜ୍ୟପାଳ, ଏବଂ ରାଷ୍ଟ୍ରପତି ଭାବେ କାର୍ଯ୍ୟ ଅତୁଳନୀୟ।

mohan majhi

ମୁଖ୍ୟମନ୍ତ୍ରୀ ନିଜ ସରକାରଙ୍କ କାର୍ଯ୍ୟଧାରା ବିଷୟରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ, "ଆପଣଙ୍କ ପରାମର୍ଶ ୨୦୩୬ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ।"

ବାଚସ୍ପତି ଏହି ମୁହୂର୍ତ୍ତକୁ ବିଧାନସଭା ପାଇଁ 'ଐତିହାସିକ' ବୋଲି ବର୍ଣ୍ଣନା କରିବା ସହ ରାଷ୍ଟ୍ରପତିଙ୍କ ପୂର୍ବ ରାଜନୈତିକ କ୍ୟାରିୟର, ଯେଉଁଥିରେ ସେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ, ତାହାକୁ ସ୍ମରଣ କରିଥିଲେ। ସେହିପରି ବିରୋଧୀଦଳ ନେତା କହିଥିଲେ, "ଓଡ଼ିଆ ଝିଅ ଭାବେ ସର୍ବୋଚ୍ଚ ଆସନରେ ବସିଥିବାରୁ ଆମ ପାଇଁ ଆଜି ଗର୍ବର ବିଷୟ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+