ମୟୂରଭଞ୍ଜରେ ପ୍ରଥମ ଥର ଏକାଠି ହେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ, ସଜେଇ ହେଉଛି ପାହାଡପୁର
ମୟୂରଭଞ୍ଜ ମାଟିରେ ପ୍ରଥମ ଥର ଲାଗି ଏକାଠି ହେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ । ସଜେଇ ହେଉଛି ପାହାଡପୁର,, ଅପେକ୍ଷା କରିଛି ରାଇରଙ୍ଗପୁର। ଚୂଡାନ୍ତ ହେଉଛି ପ୍ରସ୍ତୁତି , କଡ଼ା ସୁରକ୍ଷା ବଳୟ ଭିତରେ ହେବ ପୁରା କାର୍ଯ୍ୟକ୍ରମ। ଏଣେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭିଓ; ଆସନ୍ତା ୧୯ ଓ ୨୦ ତାରିଖ ମୟୂରଭଞ୍ଜ ଲାଗି ହେବାକୁ ଯାଉଛି ଏକ ଐତିହାସିକ ଦିନ। ପ୍ରଥମଥର ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ। ଜୁନ୍ ୨୦ ତାରିଖ ରାଷ୍ଟ୍ରପତି ତାଙ୍କ ଜନ୍ମଦିନ ଅବସରରେ ପ୍ରଧାନ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ତାଙ୍କ ଜନ୍ମମାଟିକୁ। ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମଧ୍ୟ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରକୁ ଆସୁଛନ୍ତି। ଯାହାକୁ ନେଇ ସମଗ୍ର ଜିଲ୍ଲାରେ ବର୍ତ୍ତମାନ ତତ୍ପରତା ସହିତ ଉତ୍ସାହର ମାହୋଲ ଦେଖାଦେଇଛି।
ଏହି କାର୍ଯ୍ୟକ୍ରମ ଲାଗି ପାହଡପୁର୍ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ଚାଲିଛି। କାର୍ଯ୍ୟସୂଚୀ ଅନୁଯାୟୀ ୧୯ ତାରିଖ ଦିନ ୩ଟା ୧୫ରେ ପ୍ରଥମେ ରାଷ୍ଟ୍ରପତି ଦାଣ୍ଡବୋଷ ଏୟାର ଷ୍ଟ୍ରିପ ରେ ଓହ୍ଲାଇ ସଡ଼କ ପଥରେ ଯାଇ ୩ଟା ୩୦ ରେ ତାଙ୍କ ରାଇରଙ୍ଗପୁର ବାସ ଭବନକୁ ଯାଇ ବିଶ୍ରାମ ନେବେ। ସନ୍ଧ୍ୟା ୬ ଟାରେ ରାଇରଙ୍ଗପୁର ଡାକ୍ତରଖାନାରେ AIIMS ପକ୍ଷରୁ ଆୟୋଜିତ ସ୍ବାସ୍ଥ୍ୟ କ୍ୟାମ୍ପ କୁ ଯାଇ ଲୋକଙ୍କୁ ଭେଟିବେ । ୨୦ ତାରିଖରେ ତାଙ୍କ ଜନ୍ମଦିନ ଆବସରରେ ଦିନ ୧୦ଟା ୩୦ ରେ ପାହାଡପୁରରେ ପହଞ୍ଚିବେ। ଦିନ ୧୧ଟା ୫ରେ ପ୍ରଧାନ ମନ୍ତ୍ରୀ ପହଞ୍ଚିବେ ଉଭୟ ପ୍ରଥମେ ଗାଁର ଗ୍ରାମଦେବତୀ "ଗୋଷାଣୀ ପୀଠ" କୁ ଯାଇ ପୂଜାର୍ଚ୍ଚନା କରିବେ।
ସେଠାରୁ ଉଭୟ ସାନ୍ତାଳୀ ଜାହିରା ଦର୍ଶନ କରିବା ପରେ ହୋ- ମୁଣ୍ଡା ଯାହିରା ମଧ୍ୟ ଯିବେ। ସେଠାରୁ ଦିନ ୧୧ଟା ୨୫ରେ ରେ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ର କୁ ଯାଇ ପ୍ରଶିକ୍ଷଣ ପରେ ଚାକିରି ପାଇଥିବା ଯୁବକ ଯୁବତୀଙ୍କ ସହିତ ଆଲୋଚନା କରିବେ। ୧୨ଟ ୩୦ରେ ହେଲିକପ୍ଟର ଯୋଗେ ଦାଣ୍ଡବୋଷ ଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କ ମିଳିତ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।












Click it and Unblock the Notifications