ପ୍ରବଚନ ବେଳେ ଟଳିପଡ଼ିଲେ ପ୍ରବଚକ, ଚାଲିଥିଲା ରାମଚରିତ ମାନସ
ପ୍ରବଚନ ଦେଉଥିବା ବେଳେ ଚାଲିଯାଇଛି ପ୍ରବଚକଙ୍କ ଜୀବନ। ମୃତ ପ୍ରବଚକ ହେଉଛନ୍ତି ଅଧ୍ୟାପକ ଗୋପାଳ ପ୍ରସାଦ ବେଜ। ସେ ରାମ ଚରିତ ମାନସ ପ୍ରବଚକ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ଘର ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରରେ।

ସାହାଡା ପଂଚାୟତର ରାମ ମନ୍ଦିରରେ ତିନି ଦିନ ପାଇଁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରବଚକ ଭାବରେ ଯୋଗ ଦେଇଥିଲେ ଅଧ୍ୟାପକ ଗୋପାଳ ପ୍ରସାଦ ବେଜ। ଗତକାଲି ଦ୍ୱିତୀୟ ସଂନ୍ଧ୍ୟାରେ ପ୍ରବଚନ ଦେଉଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସହଯୋଗୀମାନେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରବଚକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।












Click it and Unblock the Notifications