ଖୁବ୍ ଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ହେବ: ବିଜୟପାଲ ସିଂ ତୋମାର୍
ଖୁବ୍ ଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ହେବ । ଆଜି ଏଭଳି ବଡ଼ ସୂଚନା। ବିଜେପି ତିଆରି କରି ସାରିଛି ତାଲିକା, କେନ୍ଦ୍ର ମଞ୍ଜୁରୀକୁ ଅପେକ୍ଷା। ଏବେ ହେବାର ନାହିଁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ରାଜ୍ୟ ସରକାରଙ୍କ ୧୬ ମାସର କାର୍ଯ୍ୟରୁ ନୂଆପଡ଼ାରେ ଏକତରଫା ବିଜୟ।
ବିଜେପି ସରକାରର ୧୬ ମାସର ସଫଳତା ହିଁ ନୂଆପଡ଼ା ଉପନିର୍ବାଚନର ବିଜୟ ବୋଲି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର୍ କହିଛନ୍ତି।

ସୂଚନାଯୋଗ୍ୟ, ବିଜୟପାଲ ସିଂ ତୋମାର୍ ଗତ ସେପ୍ଟେମ୍ବର ମାସରେ କହିଥିଲେ, ଚଳିତ ମାସରେ ବହୁତ କିଛି ହେବାକୁ ଯାଉଛି। ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଖୁବ ଶୀଘ୍ର ଏନେଇ କାର୍ଯ୍ୟକ୍ରମ ନିର୍ଣ୍ଣୟ ହେବ। ମୋଦୀଜୀଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ଯେତେବେଳେ ଓଡ଼ିଶା ଗସ୍ତରେ ଆସନ୍ତି, ସେତେବେଳେ ଓଡ଼ିଶାକୁ କିଛି ନା କିଛି ଦେଇ କରି ଯାଇଥାନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀଙ୍କର ସବୁ ସମୟରେ ଫୋକସରେ ଥାଏ ଓଡ଼ିଶା। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାକୁ ଏକ ବର୍ଷରେ ସାତ ଥର ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଫୋକସରେ ସବୁବେଳେ ଯୁବ ବର୍ଗ। ଏହା ତାଙ୍କର ପ୍ରାଥମିକତା।












Click it and Unblock the Notifications