ହିନ୍ଦୀରେ ପ୍ରସ୍ତୁତ ହେବ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ବୋଉ, ବୁଟୁ ଭୂତ
ହିନ୍ଦୀରେ ରିମେକ୍ ହେବ ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୂତ'। ଚଳିତ ବର୍ଷ ରଜରେ ରିଲିଜ୍ ହୋଇଥିବା ବାବୁସାନ ଅଭିନୀତ ବୋଉ ବୁଟୁ ଭୂତ ହିନ୍ଦୀ ଭାଷାରେ ନିର୍ମାଣ ହେବ । ଫିଲ୍ମକୁ ନିର୍ମାଣ କରିବ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ । ଏନେଇ ଧର୍ମା ପ୍ରଡକ୍ସନ ପକ୍ଷରୁ ପବ୍ଲିକ ନୋଟିସ୍ ଜାରି ହୋଇଛି ।

ଫିଲ୍ମର ରିମେକ୍ ରାଇଟ୍ସ ପାଇଁ ନୋଟିସର ୧୫ ଦିନ ଭିତରେ ଚୁକ୍ତି କରିବ 'ବୋଉ ବୁଟୁ ଭୂତ'ର ପ୍ରଡକ୍ସନ ଟିମ । ବାବୁସାନ୍ ଫିଲ୍ମସ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ 'ବୋଉ ବୁଟୁ ଭୂତ' ସାରା ଓଡିଶାରେ ୬୧ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ମୁଖ୍ୟ ଭୂମିକାରେ ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କ ସହ ଥିଲେ ନାୟିକା ଅର୍ଚ୍ଚିତା । ସେହିପରି ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କୁ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଥିଲା । ଜଗଦୀଶ ମିଶ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ଖୁବ୍ ଭଲ ବ୍ୟବସାୟ କରିଥିଲା । ଏହି ହରର୍ କମେଡି ଚଳଚ୍ଚିତ୍ରଟି ୨୦୨୫ର ସବୁଠାରୁ ଲାଭଦାୟକ ଚଳଚ୍ଚିତ୍ର ହୋଇଛି ।












Click it and Unblock the Notifications