ପୁଲିସକୁ ଆକ୍ରମଣ କରିବା ପଡିଲା ମହଙ୍ଗା ; ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୁଲିସ
ପୁଲିସକୁ ଆକ୍ରମଣ କରିବା ସହ ଧାରୁଆ ଅସ୍ତ୍ରରେ ହାଣି ପାପୁଲି ଛିଡାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ସମ୍ବଲପୁର ପୁଲିସ। ଗୁରୁବାର ସକାଳୁ ଏ.କଟାପାଲି ନିକଟ ଜଙ୍ଗଲରେ ଅଭିଯୁକ୍ତ କମଲୁ ପ୍ରଧାନଙ୍କୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।

ଅଭିଯୁକ୍ତର ଡାହାଣ ଗୋଡରେ ଗୁଳି ବାଜି ଥିବାରୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ୪ତାରିଖ ଦିନ ଝରାପାଲିରେ ପାରିବାରିକ କଳହର ସମାଧାନ ପାଇଁ ଯାଇଥିବା ବେଳେ ପୁଲିସକୁ ଆକ୍ରମଣ କରିଥିଲା ଅଭିଯୁକ୍ତ କମଲୁ। ଏହାପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ। ଏ.କଟାପାଲି ଜଙ୍ଗଲରେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଣି ଥରେ ପୁଲିସ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା କମଲୁ। ଜଣେ ପୁଲିସ କର୍ମଚାରୀ ଆହତ ହେବାରୁ ପୁଲିସ କମଲୁକୁ ଏନକାଉଣ୍ଟର କରିଛି।












Click it and Unblock the Notifications