ନୟାଗଡ଼ ଖଣ୍ଡପଡ଼ାରେ ହେବ ପ୍ଲାନେଟାରିୟମ; ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ବଡ଼ ଘୋଷଣା
ନୟାଗଡ଼ ଖଣ୍ଡପଡ଼ାରେ ହେବ ପ୍ଲାନେଟାରିୟମ । ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ହେବ ପ୍ଲାନେଟାରିୟମ। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୟାଗଡ଼ରେ ପ୍ଲାନେଟାରିୟମ୍ ପ୍ରତିଷ୍ଠା ହେବା ସମଗ୍ର ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର ।
ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ରେ ସ୍ଥାପନ ହେବ ଏକ ପ୍ଲାନେଟାରିୟମ୍ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି । ଏଥିସହିତ ୬ କୋଟି ଟଙ୍କା ବ୍ୟୟରେ ସାଇନ୍ସ ପାର୍କ ପ୍ରତିଷ୍ଠା ହେବ । ଗଣିତ ବିଶ୍ୱବିଦ୍ୟାଳୟ, ଆଷ୍ଟ୍ରୋ ଫିଜିକ୍ସ ଓ ଆଷ୍ଟ୍ରୋନୋମି ସେଣ୍ଟର ନିର୍ମାଣ ହେବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ା ଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏନେଇ ଘୋଷଣା କରିଛନ୍ତି । ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲାରେ ଏକ ପ୍ଲାନେଟାରିୟମ୍ ପ୍ରତିଷ୍ଠା ହେବା ଫଳରେ ଜିଲ୍ଲାବାସୀ ଜ୍ୟୋତିବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଜାଣିପାରିବେ । ଏଥିସହିତ ଛାତ୍ରଛାତ୍ରୀଙ୍କ ମହାକାଶ ବିଜ୍ଞାନ ଜ୍ଞାନ ବୃଦ୍ଧିରେ ପ୍ଲାନେଟାରିୟମ୍ ଯଥେଷ୍ଟ ମାତ୍ରାରେ ସହାୟକ ହେବ ।












Click it and Unblock the Notifications