ନେତାଙ୍କ ତୁଣ୍ଡରେ ବ୍ରେକ୍‌ ଲଗାଇବାକୁ ପିସିସିର ପ୍ରୟାସ, ମିଡିଆ ଆଗରେ ମତ ଦେବା ପୂର୍ବରୁ ପରାମର୍ଶ ନେବାକୁ ନିର୍ଦ୍ଦେଶ

ଓଡ଼ିଶାରେ କଂଗ୍ରେସର ପୂର୍ବାବସ୍ଥା ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି। ପିସିସି ଭାବେ ଦାୟିତ୍ୱ ନେବା ପରେ ସଭାପତି ଭକ୍ତ ଚରଣ ଦାସ ଏବେ ଦଳୀୟ କର୍ମୀଙ୍କ ପାଇଁ ଏକପ୍ରକାରର ଫତଓ୍ୱା ଜାରି କରିଛନ୍ତି। ସିଧାସିଧା ଗଣମାଧ୍ୟମରେ କଂଗ୍ରେସ ନେତାଙ୍କ ନିଜସ୍ୱ ମତ ଦଳର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି ବୋଲି ସେ କହିଛନ୍ତି। ଏଥି ସହ ସବୁ ନେତୃବୃନ୍ଦ ଦଳର ନିଷ୍ପତ୍ତିକୁ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି।

bhakt das

ପିସିସି ସଭାପତି ଭକ୍ତ ଦାସ ଗୁରୁବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, କେତେକ ନେତୃବୃନ୍ଦ ସେମାନଙ୍କର ନିଜସ୍ୱ ମତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଦେଉଛନ୍ତି। ଏହା ଦ୍ବାରା କଂଗ୍ରେସ ଦଳର ଆଭିମୁଖ୍ୟଠାରୁ ଭିନ୍ନ ହେଉଛି। ଫଳରେ ଏହା ଦଳର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି। ତେଣୁ ସବୁ ନେତୃବୃନ୍ଦ ଦଳର ନିଷ୍ପତ୍ତିକୁ ଅନୁସରଣ କରିବାକୁ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+