ମୋର ଆଗାମୀ ଭୂମିକା କ'ଣ ରହିବ, ତାହା ଦଳ ନିଷ୍ପତ୍ତି ନେବ: ରଘୁବର ଦାସ
Odisha News: କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଲେ ରଘୁବର । ମାତ୍ର ବର୍ଷେ ୨ ମାସ ତଳେ ଅର୍ଥାତ୍ ୨୦୨୩ ଅକ୍ଟୋବର ମାସରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ ରଘୁବର । ତେବେ ଏପରି ସ୍ଥିତିରେ ହଠାତ୍ ରଘୁବର ଦାସଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରଘୁବରଙ୍କ ଇସ୍ତଫାକୁ ଗୁପ୍ତ ରଖାଯାଇଥିଲା ଏପରିକି ବିଜେପି ଦଳ କିଛି ହାତ ଗଣତି ନେତାକୁ ଛାଡି ଦେଲେ କେହି ଏହି ଇସ୍ତଫା ବିଷୟରେ ଜାଣି ନଥିବା ନେଇ ଦାବି ରଖାଯାଇଛି । ବର୍ତ୍ତମାନ ରଘୁବୀରଙ୍କ ସ୍ଥାନେ ଆନ୍ଧ୍ରପ୍ରଦେଶର କମ୍ଭମପତି ହରିବାବୁ ହୋଇଛନ୍ତି ନୂଆ ରାଜ୍ୟପାଳ।
ଇସ୍ତଫା ଦେବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଓଡ଼଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ଯାହା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବର୍ତ୍ତମାନ ମୋ ଭୂମିକା କ'ଣ ହେବ ସେନେଇ ନିଷ୍ପତ୍ତି ଦଳ ନେବ । ଓଡ଼ିଶାରେ ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ନିଜରୁ ଭାଗ୍ୟବାନ ମନେ କରୁଛି । ଓଡ଼ିଶାବାସୀଙ୍କ ମଧ୍ୟରେ ଥିବା ଉତ୍ସାହକୁ ସଲାମ ।

ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ବିକଶିତ ହେଉଛି । ୨୦୩୬ ବେଳକୁ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବ । ସେହିପରି ମୋର ଆଗାମୀ ଭୂମିକା କ'ଣ ହେବ ତାହା ଦଳ ପକ୍ଷରୁ ନିଷ୍ପତ୍ତି ନେବ । ଦଳ ଯେଉଁ ଦାୟିତ୍ୱ ଦେବେ ନିର୍ବାହ କରିବି ।












Click it and Unblock the Notifications