ଆସନ୍ତାକାଲି ଠାରୁ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ, ଯୋଗଦେବେ ବଡ ବଡ ଶିଳ୍ପପତି

ଆସନ୍ତାକାଲି ଠାରୁ ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ। ୨୮ ଓ ୨୯, ଦୁଇ ଦିନ ଧରି ଚାଲିବ କାର୍ଯ୍ୟକ୍ରମ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଭାରତର ବହୁ ବଡ଼ ବଡ଼ ଶିଳ୍ପସଂସ୍ଥାର ପ୍ରତିନିଧି ଏଥିରେ ଯୋଗ ଦେବେ। ଆଜି ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ଆସି ପହଞ୍ଚିବେ।

utkarsh odisha

ସିଆଇଆଇ ପକ୍ଷରୁ ୫ଟି ସେସନ ଅନୁଷ୍ଠିତ ହେବ। ଏଥିରେ ଶିଳ୍ପପତି ମାନେ ଯୋଗ ଦେବେ। ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଯୋଗ ଦେବେ। ପ୍ରାୟ ୨ଶହ ସିଆଇଆଇ କାଉନସିଲ ମେମ୍ବର ଉପସ୍ଥିତ ରହିବେ। ୨୮ରେ ସକାଳ ୧୦ଟାରେ ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶା କନକ୍ଲେଭର ଉଦଘାଟନ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ। ପ୍ରାୟ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିବ ଉଦଘାଟନ କାର୍ଯ୍ୟକ୍ରମ। ଅପରାହ୍ଣରେ ଶିଳ୍ପପତିଙ୍କୁ ନେଇ ୫ଟି କ୍ଷେତ୍ର ନେଇ ସେସନରେ ଆଲୋଚନା ହେବ। ପରେ ଜନତା ମୈଦାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

୨୯ ତାରିଖରେ ମଧ୍ୟ ସକାଳେ ୫ଟି ସେସନ ଓ ଅପରାହ୍ଣରେ ୫ଟି ସେସନରେ ଆଲୋଚନା ହେବ। ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସମ୍ବର୍ଦ୍ଧିତ ହେବେ ରାଜ୍ୟର MSME ଉଦ୍ୟୋଗୀ । ୨୯ ତାରିଖ ଉଦଯାପନୀ ଉତ୍ସବରେ ପ୍ରତି ଜିଲ୍ଲାରୁ ଦୁଇ ଜଣେ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+