ବଢ଼ି ଚାଲିଛି ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ; ଘରୁ ନ ବାହାରିବାକୁ ନିର୍ଦ୍ଦେଶ, SRC

ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ବଢିବ ପରେ ସଜାଗ ହେଲେ ପ୍ରଶାସନ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପିକ୍‌ ଆୱାରରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଯିଏ ନିୟମ ଉଲ୍ଲଘଂନ କରିବ ତା' ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।

weather

ଅସ୍ୱାଭାବିକ ମୃତ୍ୟୁ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା। ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ୪ ଜଣଙ୍କର ଜୀବନ ଯାଇଛି। ଏହି ଅସ୍ୱାଭାବିକ ମୃତ୍ୟୁ ଅଂଶୁଘାତ ଯୋଗୁ ହୋଇଛି ନା ଏହା ପଛରେ ଅନ୍ୟ କାରଣ ଅଛି ତାହା ସ୍ପଷ୍ଟ ହୋଇ ନାହିଁ।

ତେବେ ଏବେ ପ୍ରବଳ ଖରା ହେଉଥିବାରୁ ସତର୍କତା ସ୍ୱରୂପ ବାହାରକୁ ନ ଯିବାକୁ SRC ପରାମର୍ଶ ଦେଇଛନ୍ତି । ଗତକାଲି ମୃତ୍ୟୁର ଶିକାର ହୋଇଥିବା ବ୍ୟକ୍ତି ମୁଖ୍ୟତଃ ଶ୍ରମିକ ଶ୍ରେଣୀର ବୋଲି ଜଣାଯାଇଛି। ସେମାନେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ ଟା ମଧ୍ୟରେ ବାହାରେ କାମ କରୁଥିବା ବେଳେ ଅଚାନକ ସେମାନଙ୍କ ଶରୀର ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହା ଅଂଶୁଘାତଜନିତ ମୃତ୍ୟୁ ନା ନୁହେଁ ତାହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍‌କୁ ମଦ୍ୟ ପଠାଯାଇଛି।

ଅସ୍ବାଭାବିକ ମୃତ୍ୟୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇ କହିଛନ୍ତି, କେବଳ ରାଉରକେଲାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଅନ୍ୟ ରୋଗରେ ପୀଡ଼ିତ ଥିଲେ । ସମସ୍ତ ମୃତଦେହର ପୋଷ୍ଟମର୍ଟମ କରାଯିବ । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+