ବଢିବ ଓଡ଼ିଶା ବିଧାନସଭା ଓ ଲୋକସଭା ଆସନ ସଂଖ୍ୟା !
ଆଗକୁ ବଢିବ ଲୋକସଭା ଆସନ । ଓଡିଶାରେ ୨୧ ବଦଳରେ ୨୮ ହେବ ଆସନ! ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ କହୁଛି, ୨୦୨୬ ପୁନଃ ସୀମାନିର୍ଦ୍ଧାରଣ ସହିତ ବଢିବ ଦେଶର ସାଂସଦଙ୍କ ସଂଖ୍ୟା। ଲୋକସଭା ଆସନ ବଢି ୮୪୮କୁ ଛୁଇଁପାରେ । ଏହି କ୍ରମରେ ଓଡିଶା ଲୋକସଭା ଆସନ ସଂଖ୍ୟା ୨୧ରୁ ୨୮କୁ ବଢିପାରେ । ତେବେ ଏହାରି ଭିତରେ ସବୁଠୁ ଅଧିକ ଆସନ ହେବ ଉତ୍ତରପ୍ରଦେଶର, ଏହାପରେ ମହାରାଷ୍ଟ୍ର, ତାମିଲନାଡୁ ଓ ବିହାର ରହିପାରେ । ସେହିଭଳି ଆନ୍ଧ୍ର ଓ ତେଲେଙ୍ଗାନାରେ ୫୪, ପଶ୍ଚିମବଙ୍ଗରେ ଲୋକସଭା ଆସନ ସଂଖ୍ୟା ୬୦ ହୋଇପାରେ ।

୧୯୭୭ ମସିହା ପରେ ଦେଶରେ ଲୋକସଭା ଆସନ ସଂଖ୍ୟା ବଢିନି । ଯଦିଓ ଓଡିଶାରେ ୨୦୦୯ରେ ନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀଗୁଡିକର ସୀମା ପୁନଃନିର୍ଦ୍ଧାରଣ ଆଂଶିକ କରାଯାଇଛି । ତେଣୁ ଏବେଠୁ ରାଜନୈତିକ ଚର୍ଚ୍ଚା ହେଲାଣି, କେଉଁ ନିର୍ବାଚନ ମଣ୍ଡଳୀ ଭାଙ୍ଗିବ ଓ କେଉଁ ନୂଆ ଆସନ ଜନ୍ମ ନେବ?












Click it and Unblock the Notifications