ନଦୀକୁ ଡେଇଁପଡ଼ିଲେ ନବମ ଶ୍ରେଣୀ ଛାତ୍ରୀ, କାରଣ ଅସ୍ପଷ୍ଟ

ମହାନଦୀକୁ ଡେଇଁପଡ଼ିଲେ ଜଣେ ନବମ ଶ୍ରେଣୀ ଛାତ୍ରୀ। ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଛାତ୍ରୀଜଣଙ୍କ ଡେଇଁପଡିଥିବା ସୂଚନା ମିଳିଛି। ଛାତ୍ରୀଙ୍କ ନାଁ କାଜଲ ବୋଲି ଜଣାପଡ଼ିଛି। କାଜଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

river

ଆଜି ଶନିବାର ସକାଳୁଆ ସ୍କୁଲ ଥିବାରୁ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ମାତ୍ର ସେ ଚାଉଁରପୁର ବ୍ରିଜ ନିକଟରେ ଏହାପରେ ସେ ସାଇକେଲ ରଖି ବ୍ରିଜ ବାଡ଼ା ନିକଟକୁ ଯାଇଥିଲେ। ଏହାଦେଖି ମଣ୍ଣିଂୱାକ୍‌ କରୁଥିବା କିଛି ଲୋକ ପାଟି କରିଥିଲେ। ସେମାନେ ପହଞ୍ଚିବା ପୂର୍ବରୁ ଆଖି ପିଛୁଳାକେ ଛାତ୍ରୀଜଣକ ପାଣିକୁ ଡେଇଁ ପଡ଼ିଥିଲେ।

ଖବର ପାଇ ଉଦ୍ଧାର ପାଇଁ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଜାରି ରଖିଥିବା ବେଳେ ଛାତ୍ରୀଙ୍କ ପତ୍ତା ମିଳି ପାରିନି।

ଖବର ପାଇ କାଜଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୂର୍ବରୁ ସବୁ କିଛି ଠିକ୍‌ ଥିବା ବେଳେ ଝିଅ କ'ଣ ପାଇଁ ଏପରି ପଦକ୍ଷେପ ନେଲା ତାହା ସେମାନେ ଜାଣି ପାରୁ ନାହାନ୍ତି। ତେବେ ଝିଅ ଡେଇଁ ପଡ଼ିବା ଖବର ଶୁଣି ତାଙ୍କ ମା', ଭଉଣୀଙ୍କ ଛାତିଫଟା କାନ୍ଦ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+