ଆସନ୍ତା ବର୍ଷ ପ୍ରକାଶ ପାଇବ ନୂଆ ଭୋଟର ତାଲିକା, ଜାଣନ୍ତୁ ଆବେଦନର ଶେଷ ତାରିଖ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁୟାରୀ 15ତାରିଖରେ ପ୍ରକାଶ ପାଇବାକୁ ଯାଉଛି ରାଜ୍ୟର ନୂଆ ଭୋଟର ଲିଷ୍ଟ । ଅର୍ଥାତ 18ବର୍ଷ ପୁରିସାରିଥିବା ଯୁବକମାନେ ଆଗାମୀ ନିର୍ବାଚନରେ ଭୋଟ ଦେବାକୁ ସକ୍ଷମ ହେବ । ଏଥି ପାଇଁ ପ୍ରସ୍ତୁତ ହେବ ସେମାନଙ୍କର ଭୋଟର ତାଲିକା । ତେବେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଏନେଇ ଗତକାଲି ସମସ୍ତ ଜିଲ୍ଲାପାଳମାନଙ୍କ ସହ ଲୋହାନୀଙ୍କର ଆଲୋଚନା ଶେଷ ହୋଇଛି ।

ଭୋଟର ତାଲିକା

ରାଜ୍ୟର ସବୁ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ, ସମସ୍ତ ତହସିଲ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚଳିତମାସ ୧୬ ତାରିଖ ଦିନ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ କୌଣସି ତୃଟି ଥିଲେ ସଂଶୋଧନ ପାଇଁ ଫର୍ମ ନମ୍ୱର ୮ର ଆବଶ୍ୟକ ହେବ । ସେହିଭଳି ୭ ନମ୍ୱର ଫର୍ମ ସହାୟତାରେ ଭୋଟର ତାଲିକାରୁ ନାମ ହଟାଇପାରିବେ । ତେବେ ନୂଆ ପଞ୍ଜିକରଣ ପାଇଁ 6 ନମ୍ବର ଫର୍ମ ଦ୍ବାରା ଆବେଦନ କରାଯିବ । ତେବେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଦିବସମାନ ଚୟନ ହୋଇଛି ।

ଚଳିତ ମାସର ୨୮, ୨୯ ଓ ଡିସେମ୍ୱର ୫ ଓ୬କୁ ଅଭିଯାନ ଦିବସ ଭାବେ ଗ୍ରହଣ କରାଯାଇଛି । ଅଭିଯାନ ଦିବସରେ ବୁଥସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିବେ । ସଂଶୋଧନ ପାଇଁ www. Nvsp.inରେ ମଧ୍ୟ ଲଗ୍ ଇନ୍ କରିପାରିବେ । ତେବେ ଜାନୁଆରୀ ୫ ତାରିଖ ସଂଶୋଧନ ଓ ନୂଆ ଅବେଦନର ଶେଷ ତାରିଖ ହେବ । ଜାନୁଆରୀ ୧୫ରେ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+