ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନୂଆ ସରକାର ଫେରସ୍ତ କଲେଣି ୪୯ କୋଟି ୬୭ ଲକ୍ଷ, ମୁଖ୍ୟମନ୍ତ୍ରୀ

ମୌସୁମୀ ଅଧିବେଶନର ଚତୁର୍ଥ ଦିନ ଦିନରେ ବି ବିରୋଧୀ ହଟ୍ଟଗୋଳ ଯୋଗୁଁ ଗୃହ ଅଚଳାବସ୍ଥାରେ ରହିଛି । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବା ପରେ ଅପରାହ୍ଣ ୪ଟା ଯାଏଁ ମୁଲତବି ଘୋଷଣା କରି ବାଚସ୍ପତି । ଏହାରି ମଧ୍ୟ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ପ୍ରଶ୍ନ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନେଇ ଥିଲା । ବିଗତ ୧୪ ମାସ ମଧ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ କେତେ ଟଙ୍କା ଫେରସ୍ତ କରିଛନ୍ତି ଓ କେତେ କ୍ଷତିଗ୍ରସ୍ତ ଚିହ୍ନଟ ହୋଇଛନ୍ତି ତାହାକୁ ନେଇ ସୂଚନା ମାଗିଥିଲେ । ଏହା ସହିତ କ୍ଷତିପୂରଣ ଟଙ୍କା ଦେବାକୁ ବଜେଟ୍‌ରେ କେତେ ଟଙ୍କାର ପ୍ରାବଧାନ ରହିଛି । ଯଦି କୌଣସି ପ୍ରାବଧାନ ନାହିଁ ତେବେ ସରକାର ଟଙ୍କା କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିଥିଲେ ଗୌତମବୁଦ୍ଧ ଦାସ ।

mohan charan majhi

ବିଜେଡି ବିଧାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ଗତ ୧୪ ମାସ ମଧ୍ୟରେ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ୪୯ କୋଟି ୬୭ ଲକ୍ଷ ୬୮ ହଜାର ୫୪୮ ଟଙ୍କା । ଏଥିରେ ରୋଜ୍‌ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନି, ଗୋଲ୍‌ଡେନ୍‌ ଲ୍ୟାଣ୍ଡ ଡେଭେଲପର୍ସ ଗ୍ରୁପ୍‌ ଅଫ୍‌ କମ୍ପାନି ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦେଇଛନ୍ତି ସରକାର । ମୋଟ ୧ ଲକ୍ଷ ୩୩ ହଜାର ୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୂରଣ ବାବଦକୁ ଟଙ୍କା ଦେଇଛନ୍ତି ସରକାର । ୯୬ ହଜାର ୮୦୧ କ୍ଷୁଦ୍ର ଜମାକାରୀଙ୍କୁ ୪୬ କୋଟି ଟଙ୍କା କର୍ପସ ଫଣ୍ଡରୁ ଦିଆଯାଇଛି । ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦେବାକୁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ୍‌ ସୃଷ୍ଟି କରାଯାଇଛି । ଭୁବନେଶ୍ୱର ଅର୍ଥନୈତିକ ଶାଖା ମୁତାବକ ରାଜ୍ୟରେ ଆନୁମାନିକ ୨୪ ଲକ୍ଷ ୭୫ ହଜାର ୭୮୨ ଜମାକାରୀ ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+